www.samajalive.in
Wednesday, December 10, 2025
23.1 C
Bhubaneswar

ବାଂଲାଦେଶୀ ବ୍ୟବସାୟୀଙ୍କୁ ପଶ୍ଚିମବଙ୍ଗ ମନା

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରଭାବ ସେଠାକାର ବ୍ୟବସାୟୀଙ୍କ ଉପରେ ପଡ଼ିଛି। ଯାହାଫଳରେ ବାଂଲାଦେଶୀ ବ୍ୟବସାୟୀମାନଙ୍କୁ ପଶ୍ଚିମବଙ୍ଗ ଆସି ବେପାରବଣିଜ କରିବାକୁ ବାରଣ କରାଯାଇଛି। ମଙ୍ଗଳବାରଠାରୁ ସଲ୍‌ଟ ଲେକ ସେଣ୍ଟ୍ରାଲ ପାର୍କ ମେଳା ପଡ଼ିଆରେ ମଙ୍ଗଳବାରଠାରୁ ବିଧାନନଗର ମେଳା ଉତ୍ସବ ଆରମ୍ଭ ହେବାକୁ ଯାଉଛି। ଏହା ଏକ ବଡ଼ ମେଳା। ଏଠାକୁ ବିଭିନ୍ନ ରାଜ୍ୟ ସମେତ ବାଂଲାଦେଶର ବ୍ୟବସାୟୀମାନେ ଆସି ବେପାର କରନ୍ତି। କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ବାଂଲାଦେଶୀ ବ୍ୟବସାୟୀମାନଙ୍କୁ ମେଳାକୁ ନ ଆସିବାକୁ ଅନୁରୋଧ କରାଯାଇଛି। ସେମାନେ ମେଳାରେ ଷ୍ଟଲ ଖୋଲିବାକୁ ଅଗ୍ରିମ ଦେଇଥିଲେ। ହେଲେ ମେଳା ଆୟୋଜକଙ୍କ ପକ୍ଷରୁ ବ୍ୟବସାୟୀମାନଙ୍କୁ ମେଳାକୁ ଆସିବାକୁ ବାରଣ କରାଯିବା ସହିତ ସେମାନଙ୍କ ଅଗ୍ରିମ ଅର୍ଥ ଫେରସ୍ତ କରିଦିଆଯିବ ବୋଲି କୁହାଯାଇଛି।

ବିଧାନନଗର ମହାନଗର ନିଗମ ପକ୍ଷରୁ ଏହି ମେଳା ଆୟୋଜନ କରାଯାଉଛି। ଆସନ୍ତା ଜାନୁୟାରୀ ୬ ପର୍ଯ୍ୟନ୍ତ ଏହି ଶୀତକାଳୀନ ମେଳା ଚାଲିବ। ୫୦୦ ଷ୍ଟଳ ମେଳାରେ ଅଂଶଗ୍ରହଣ କରିବେ। ତେବେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ବଢ଼ୁଥିବା ଅତ୍ୟାଚାରକୁ ଦୃଷ୍ଟିରେ ରଖି ସେଠାକାର ବ୍ୟବସାୟୀ ଏଠାକୁ ଆସିଲେ ଅସନ୍ତୋଷ ବଢ଼ିବା ଆଶଙ୍କା ଥିବାରୁ ସେମାନଙ୍କୁ ମେଳାରେ ଭାଗନେବାକୁ ବାରଣ କରାଯାଇଥିବା ଜଣାପଡ଼ିଛି।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories