www.samajalive.in
Monday, December 15, 2025
14.1 C
Bhubaneswar

୨୦୨୪ରେ ଗୁଗଲରେ ଅଧିକ ସର୍ଚ୍ଚ ହୋଇଥିବା ଜିନିଷ….

ନୂଆଦିଲ୍ଲୀ: ହାତ ଗଣତି ଆଉ ମାତ୍ର ଦିନ କେଇଁଟା ବାକି ରହିଛି। ବିଦାୟ ନେବ ୨୦୨୪ ଆଉ ଆସିବ ୨୦୨୫। ତେବେ ଆସନ୍ତୁ ଜାଣିବା ୨୦୨୪ରେ ଗୁଗଲରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ଜିନିଷ ସମ୍ପର୍କରେ। ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା। ଚଳିତବର୍ଷ ସର୍ଚ୍ଚ ହୋଇଥିବା ଜିନିଷ ମଧ୍ୟରେ ସବୁଠୁ ଆଗରେ ରହିଛି ଆମ୍ବ ଆଚାର। ଭାରତୀୟ ୟୁଜର୍ସମାନେ ଇଣ୍ଟରନେଟରେ ଫିଲ୍ମ, କ୍ରିକେଟ ଓ ଲୋକପ୍ରିୟ ମିମସ୍‌ ସହିତ ଯାତ୍ରାସ୍ଥଳୀ ଏବଂ ବିଶେଷ ଖାଦ୍ୟବ୍ୟଞ୍ଜନ ବିଷୟରେ ମଧ୍ୟ ସର୍ଚ୍ଚ କରିଛନ୍ତି। ୟୁଜର୍ସମାନେ କ୍ରିକେଟ୍‌ ସମ୍ବନ୍ଧୀୟ ସୂଚନା, ନିର୍ବାଚନ ଫଳାଫଳ, ଇଣ୍ଡିଆନ ପ୍ରିମିୟର ଲିଗ୍‌ ଓ ଟି-ଟ୍ବେଣ୍ଟି ୨୦ ମ୍ୟାଚ୍ ସମ୍ପର୍କରେ ବହୁଳ ଭାବରେ ସର୍ଚ୍ଚ କରାଯାଇଛି।  ସେହିପରି ଯଦି ଆମେ ଚଳିତବର୍ଷର ଫିଲ୍ମ ମଧ୍ୟରେ ଦେଖିବା ତେବେ ଅଧିକ ସ୍ତ୍ରୀ ୨, କଳକୀ, ଟୁଓ୍ବେଥ୍ ଫେଲ୍‌, ଲାପତା ଲେଡିଜ ଇତ୍ୟାଦି ରହିଛି। ସେହିପରି ଟିଭି ଶୋ’ ମଧ୍ୟରୁ ହୀରାମଣ୍ଡି, ମିର୍ଜାପୁର, ବିଗବସ୍‌ ଇତ୍ୟାଦି ସର୍ଚ୍ଚ କରାଯାଇଛି। କିନ୍ତୁ ଯଦି ଆମେ ଖାଦ୍ୟପ୍ରେୟକୁ ଦେଖିବା ତେବେ ଲୋକେ ଅଧିକ ଆମ୍ବ ଆଚାର ଇଣ୍ଟରନେଟରେ ସର୍ଚ୍ଚ କରିଛନ୍ତି।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories