www.samajalive.in
Tuesday, December 9, 2025
19.1 C
Bhubaneswar

ଭାରତ ବିପକ୍ଷ ସିରିଜ୍‍ ପାଇଁ ୱେଷ୍ଟଇଣ୍ଡିଜ ଦିନିକିଆ ଓ ଟି୨୦ ଦଳ ଘୋଷିତ

ସେଣ୍ଟ୍‍ ଜନ୍‍ସ (ଆଣ୍ଟିଗ୍ୱା) : ଭାରତ ବିପକ୍ଷ ଦିନିକିଆ ଓ ଟ୍ୱେଣ୍ଟି୨୦ ସିରିଜ୍‍ ନିମନ୍ତେ ୱେଷ୍ଟଇଣ୍ଡିଜ ଦଳ ସୋମବାର ଘୋଷଣା କରାଯାଇଛି। ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ତାରକା ବ୍ୟାଟସମ୍ୟାନ୍‍ କ୍ରିସ୍‍ ଗେଲ୍‍ ୱେଷ୍ଟଇଣ୍ଡିଜ ଦଳରୁ ଓହରି ଯାଇଥିବା ଜଣାପଡ଼ିଛି। ପେସ୍‍ ବୋଲିଂ ଅଲ୍‍ରାଉଣ୍ଡର ଜେସନ୍‍ ହୋଲଡର୍‍ ଦିନିକିଆ ଓ କାର୍ଲୋସ ବ୍ରାଥୱେଟ୍‍ ଟ୍ୱେଣ୍ଟି୨୦ ଦଳର ନେତୃତ୍ୱ ନେବେ। ଘରୋଇ ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‍ ଦଳ ୫ଟି ଦିନିିକିଆ ଓ ୩ଟି ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳିବ।
ଦଳ ଘୋଷଣା କରି ୱେଷ୍ଟଇଣ୍ଡିଜ କ୍ରିକେଟ୍‍ ଦଳ ମନୋନୟନ କମିଟି ଅଧ୍ୟକ୍ଷ କର୍ଟନି ବ୍ରାଉନ୍‍ କହିଛନ୍ତି, ବ୍ୟକ୍ତିଗତ କାରଣ ପାଇଁ ତାରକା ବିସ୍ଫୋରକ ବ୍ୟାଟସମ୍ୟାନ୍‍ କ୍ରିସ୍‍ ଗେଲ୍‍ ଭାରତ ଓ ବାଂଲାଦେଶ ଗସ୍ତରୁ ଓହରି ଯାଇଛନ୍ତି। ତେବେ ସେ ଇଂଲଣ୍ଡ ବିପକ୍ଷ ସିରିଜ୍‍ ଓ ବିଶ୍ୱକପ୍‍ରେ ଖେଳିବାକୁ ଇଚ୍ଛୁକ ଥିବା ବୋର୍ଡକୁ ଲିଖିତ ଭାବେ ଜଣାଇଛନ୍ତି। ଫଳରେ ଆଇପିଏଲ୍‍ ହିରୋ କ୍ରିସ୍‍ ଗେଲ୍‍ଙ୍କ ବ୍ୟାଟିଂ ଦେଖିବାରୁ ଭାରତୀୟ କ୍ରିକେଟପ୍ରେମୀ ବଞ୍ଚିତ ହେବେ। ତେବେ ଟ୍ୱେଣ୍ଟି୨୦ ଦଳକୁ ବିସ୍ଫୋରକ ମଧ୍ୟକ୍ରମ ବ୍ୟାଟ୍‍ସମ୍ୟାନ୍‍ କୈରନ୍‍ ପୋଲାର୍ଡ, ବାମହାତି ମଧ୍ୟକ୍ରମ ଡ୍ୟାରେନ୍‍ ବ୍ରାଭୋ ଓ ବିସ୍ଫୋରକ ଅଲ୍‍ରାଉଣ୍ଡର ଆନ୍ଦ୍ରେ ରସେଲ୍‍ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦିନିକିଆ ଦଳରେ ନୂଆ ମୁହଁ ଭାବେ ଓପନ୍‍ର ହେମରାଜ ଚନ୍ଦ୍ରପଲ୍‍, ଅଲରାଉଣ୍ଡର ଫାବିଆନ୍‍ ଆଲେନ୍‍ ଓ ଦ୍ରୁତ ବୋଲର ଓସାନେ ଥମାସଙ୍କୁ ସ୍ଥାନମିଳିଛି। ଭାରତ ସହ ଚଳିତ ଟେଷ୍ଟ ସିରିଜ୍‍ରେ ଖେଳୁଥିବା ଅଧିକାଂଶ ଖେଳାଳି ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି। ମୋଟ ଉପରେ କହିବାକୁ ଗଲେ ୱେଷ୍ଟଇଣ୍ଡିଜ୍‍ର ଦିନିକିଆ ଦଳ ଅପେକ୍ଷା ଏହାର ଟ୍ୱେଣ୍ଟି୨୦ ଦଳ ଅଧିକ ସୁଦୃଢ଼ ରହିଛି। ଆଶା ଅନୁସାରେ ଦୁଇ ଆଇପିଏଲ୍‍ ହିରୋ ଅଫ୍‍ସ୍ପିନର ସୁନୀଲ ନାରାୟଣ ଓ ଅଲ୍‍ରାଉଣ୍ଡର ଡ୍ୱେନ୍‍ ବ୍ରାଭୋଙ୍କୁ ଦଳରେ ସାମିଲ କରା ଯାଇନାହିଁ। ଉଭୟଙ୍କୁ ପୂର୍ବରୁ ଘୋଷିତ ୨୫ ଜଣିଆ ସମ୍ଭାବ୍ୟ ଦଳରେ ସ୍ଥାନ ଦିଆ ଯାଇନଥିଲା। ଆହତ ହେବା ଯୋଗୁଁ ଟେଷ୍ଟ ସିରିଜ୍‍ରୁ ବାଦ୍‍ ପଡ଼ିଥିବା ଫାଷ୍ଟବୋଲର କିମାର ରୋଚ୍‍ ସୀମିତ ଓଭର ଦଳକୁ ଫେରିଛନ୍ତି। ଦଳରେ ଅଭିଜ୍ଞ ବ୍ୟାଟ୍‍ସମ୍ୟାନ୍‍ ମାର୍ଲନ୍‍ ସାମୁଏଲ୍‍ସ ଓ ବିସ୍ଫୋରକ ଓପ୍‍ନର ଏଭିନ୍‍ ଲୁଇସ୍‍ ରହିଛନ୍ତି। ଚଳିତମାସ ୨୧ରୁ ନଭେମ୍ବର ୧୧ ମଧ୍ୟରେ ୫ଟି ଦିନିକିଆ ଏବଂ ନଭେମ୍ବର ୪, ୬ ଓ ୧୧ରେ ୩ଟି ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳିବ।
ଦିନିକିଆ ଦଳ: ଜେସନ୍‍ ହୋଲ୍‍ଡର (ଅଧିନାୟକ), ଫାବିଆନ୍‍ ଆଲେନ୍‍, ସୁନୀଲ ଆମ୍ବ୍ରିସ୍‍, ଦେବେନ୍ଦ୍ର ବିଶୁ, ହେମରାଜ ଚନ୍ଦ୍ରପଲ୍‍, ସିମ୍ରନ୍‍ ହେତମେୟର, ସାଇ ହୋପ୍‍, ଆଲଜାରି ଜୋସେଫ୍‍, ଏଭିନ୍‍ ଲୁଇସ୍‍, ଆସ୍‍ଲେ ନର୍ସ, କିମୋ ପଲ୍‍, ରୋଭମ୍ୟାନ୍‍ ପୱେଲ୍‍, କିମାର ରୋଚ୍‍, ମାର୍ଲନ ସାମୁଏଲ୍‍ସ ଓ ଓସାନେ ଥୋମାସ୍‍।
ଟ୍ୱେଣ୍ଟି୨୦ ଦଳ: କାର୍ଲୋସ ବ୍ରାଥୱେଟ୍‍ (ଅଧିନାୟକ), ଫାବିଆନ୍‍ ଆଲେନ୍‍, ଡ୍ୟାରେନ୍‍ ବ୍ରାଭୋ, ସିମ୍ରନ୍‍ ହେତମେୟର, ଏଭିନ୍‍ ଲୁଇସ୍‍, ଓବେଡ୍‍ ମ୍ୟାକ୍‍କେ, ଆସ୍‍ଲେ ନର୍ସ, କିମୋ ପଲ୍‍, ଖାରି ପିଏରେ, କୈରନ୍‍ ପୋଲାର୍ଡ, ରୋଭମ୍ୟାନ୍‍ ପାୱେଲ୍‍, ଦିନେଶ ରାମଦିନ୍‍, ଆନ୍ଦ୍ରେ ରସେଲ୍‍, ସେର୍‍ଫାନ୍‍ ରଦରଫୋର୍ଡ ଓ ଓସାନେ ଥମାସ୍‍।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories