www.samajalive.in
Tuesday, December 9, 2025
26.1 C
Bhubaneswar

ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ଭାରତ

ଜୋହର ବାହ୍‍ରୁ (ମାଲେସିଆ) : ଏଠାରେ ଚାଲିଥିବା ସୁଲ୍‍ତାନ ଅଫ୍‍ ଜୋହର କପ୍‍ ଜୁନିୟର ପୁରୁଷ ହକି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି ଭାରତ। କ୍ରମାଗତ ୪ର୍ଥ ମ୍ୟାଚ୍‍ ଜିତି ଭାରତ ଫାଇନାଲ ଖେଳିବା ନିଶ୍ଚିତ କରିଛି। ବୁଧବାର ଖେଳା ଯାଇଥିବା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‍ରେ ଗତଥରର ଚମ୍ପିଆନ୍‍ ଅଷ୍ଟ୍ରେଲିଆକୁ ୫-୪ ଗୋଲ୍‍ରେ ହରାଇ ଭାରତ ଗ୍ରୁପ୍‍ର ଶୀର୍ଷସ୍ଥାନରେ ପହଞ୍ଚିଛି।
ମ୍ୟାଚ୍‍ ଆରମ୍ଭରୁ ଭାରତୀୟ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ଭାରତ ପ୍ରଥମ ପେନାଲ୍‍ଟି କର୍ଣ୍ଣରରୁ ଗୋଲ୍‍ଦେବାରେ ବିଫଳ ହେବା ପରେ ୫ମ ମିନିଟରେ ଗୁରସାହିବଜିତ ସିଂହ ଫିଲ୍‍ଡ ଗୋଲ୍‍ଦେଇ ଭାରତକୁ ଆଗୁଆ କରିଥିଲେ। ଭାରତକୁ ଆକ୍ରମଣାତ୍ମକ ହକିର ସୁଫଳ ମିଳିଥିଲା। ଫଳରେ ପ୍ରଥମ କ୍ୱାର୍ଟରରେ ଭାରତ ୪-୦ ଗୋଲ୍‍ରେ ଆଗୁଆ ହୋଇ ଯାଇଥିଲା। ୧୧ ମିନିଟରେ ହର୍ଷପ୍ରୀତ ସିଂହ, ୧୪ ମିନିଟରେ ଅଧିନାୟକ ମନଦୀପ ମୋର ଓ ୧୫ ମିନିଟରେ ବିଷ୍ଣୁକାନ୍ତ ସିଂହ ଭାରତ ପାଇଁ ଗୋଲ୍‍ ଦେଇଥିଲେ। ୨ୟ କ୍ୱାର୍ଟରରେ ଅଷ୍ଟ୍ରେଲିଆ ଗୋଟିଏ ଗୋଲ୍‍ ସୁଝାଇ ଦେଇଥିଲା। ୧୮ ମିନିଟରେ ଅଷ୍ଟ୍ରେଲିଆକୁ ମିଳିଥିବା ପେନାଲ୍‍ଟି ଷ୍ଟ୍ରୋକ୍‍ରୁ ଡାମନ୍‍ ଷ୍ଟିଫେନ୍‍ସ ଗୋଲ୍‍ ସ୍କୋର୍‍ କରିଥିଲେ। ୩୫ ମିନିଟରେ ଅଷ୍ଟ୍ରେଲିଆକୁ ଏକ ପେନାଲ୍‍ଟି କର୍ଣ୍ଣର ମିଳିଥିଲା। ଏଥିରୁ ଡାମନ୍‍ ଷ୍ଟିଫେନ୍‍ସ ବ୍ୟକ୍ତିଗତ ତଥା ଦଳ ପାଇଁ ୨ୟ ଗୋଲ୍‍ ଦେଇଥିଲେ। ପରେ ଅଷ୍ଟ୍ରେଲିଆ ଆଉ ଏକ ଗୋଲ୍‍ ଦେଇଥିଲା। ତେବେ ୪୩ ମିନିଟରେ ଭାରତୀୟ ଉପଅଧିନାୟକ ତଥା ଓଡ଼ିଆ ଖେଳାଳି ଶିଳାନନ୍ଦ ଲାକ୍ରା ଗୋଲ୍‍ଦେଇ ଦଳକୁ ୫-୩ ଗୋଲ୍‍ରେ ଆଗୁଆ କରିଥିଲେ। ମ୍ୟାଚ୍‍ ଶେଷ କିଛି ମିନିଟ ଗୋଲ୍‍ ସୁଝାଇବା ପାଇଁ ଅଷ୍ଟ୍ରେଲିଆ ପ୍ରବଳ ଚାପପକାଇ ଖେଳିଥିଲା। ୫୯ ମିନିଟରେ ଅଷ୍ଟ୍ରେଲିଆ ଏକ ପେନାଲ୍‍ଟି କର୍ଣ୍ଣର ପାଇଥିଲା। ଏଥିରୁ ଡାମନ୍‍ ଷ୍ଟିଫେନ୍‍ସ ଗୋଲ୍‍ ସ୍କୋର୍‍ କରିଥିଲେ। ୪ର୍ଥ ଗୋଲ୍‍ ବରଣ ପରେ ଭାରତୀୟ ରକ୍ଷାପନ୍ଥୀ ଆଉ ଗୋଲ୍‍ ହେବାକୁ ଦେଇନଥିଲେ। ୧୨ରେ ଗ୍ରେଟ୍‍ ବ୍ରିଟେନ୍‍ ବିପକ୍ଷରେ ଭାରତ ୫ମ ତଥା ଅନ୍ତିମ ମ୍ୟାଚ୍‍ ଖେଳିବ।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories