www.samajalive.in
Sunday, December 7, 2025
13.1 C
Bhubaneswar

ରିଲିଜ୍‍ ହେଲା ‘ଶକୁନ୍ତଳା ଦେବୀ’ ଟ୍ରେଲର; ଭିନ୍ନ ଅବତାରରେ ବିଦ୍ୟା

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଶକୁନ୍ତଳା ଦେବୀ’ର ଟ୍ରେଲର ବୁଧବାର ରିଲିଜ୍‍ ହୋଇଛି। ଗଣିତଜ୍ଞ ଶକୁନ୍ତଳା ଦେବୀ ଯିଏ କି ହ୍ୟୁମାନ କମ୍ପ୍ୟୁଟର ଭାବେ ପରିଚିତ, ତାଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ବିଦ୍ୟା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ପୂର୍ବ ସମସ୍ତ ଚଳଚ୍ଚିତ୍ର ତୁଳନାରେ ବିଦ୍ୟାଙ୍କୁ ଏଥିରେ ସମ୍ପୂର୍ଣ୍ଣ ଭିନ୍ନ ଲୁକ୍‍ ଓ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ଏହା ବ୍ୟତୀତ ସାନ୍ୟା ମାଲହୋତ୍ରା ଓ ଅମିତ ସାଧ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଚଳଚ୍ଚିତ୍ରରେ ଶକୁନ୍ତଳାଙ୍କ ବ୍ୟକ୍ତିଗତ ଜୀବନ ଏବଂ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ପହଞ୍ଚିବା ପର୍ଯ୍ୟନ୍ତ ତାଙ୍କ ଯାତ୍ରାକୁ ପ୍ରଦର୍ଶିତ କରାଯାଇଛି।

ଏଥିରେ ସାନ୍ୟା ବିଦ୍ୟାନଙ୍କ ଝିଅ ଭୂମିକାରେ ନଜର ଆସିଛନ୍ତି । ଟ୍ରେଲରରେ ଉଭୟଙ୍କ ଦମ୍‍ଦାର ଅଭିନୟର ଝଲକ୍‍ ଦେଖିବାକୁ ମିଳିଛି। ଟ୍ରେଲରରେ ଆପଣ ଦେଖିପାରିବେ ଯେ ଶକୁନ୍ତଳା ଦେବୀଙ୍କ ପାଇଁ ଏହି ପଦବୀ ହାସଲ କରିବା ଏତେ ସହଜ ନଥିଲା । ଏଥିପାଇଁ ତାଙ୍କୁ ବ୍ୟକ୍ତିଗତ ଜୀବନରେ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା ।

- Advertisement -

ସୂଚନାଯୋଗ୍ୟ, ବିଦ୍ୟାଙ୍କ ଏହି ଫିଲ୍ମ ୩୧ ଜୁଲାଇରେ ଆମାଜନ ପ୍ରାଇମରେ ରିଲିଜ୍‍ ହେବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories