www.samajalive.in
Friday, December 5, 2025
20.1 C
Bhubaneswar

‘ପୁଷ୍ପା ୨’: ମୁକ୍ତିଲାଭର କିଛି ଘଣ୍ଟାରେ ଅନଲାଇନ୍ ଲିକ୍

ସମାଜ ଡିଜିଟାଲ ଡେସ୍କ: ଶେଷରେ ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟିଛି। ‘ପୁଷ୍ପା ୨: ଦି ରୁଲ୍‌’ ଡିସେମ୍ବର ୫ରେ ମୁକ୍ତିଲାଭ କରିଛି। ସୁକୁମାରଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅଲ୍ଲୁଙ୍କ ବ୍ୟତୀତ ରଶ୍ମିକା ମନ୍ଦାନା, ସୁନୀଲ, ଜଗପତି ବାବୁ ଏବଂ ଫହଦ୍ ଫାସିଲ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ତେବେ ‘ପୁଷ୍ପା ୨’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର କିଛି ଘଣ୍ଟା ମଧ୍ୟରେ ଏକାଧିକ ପାଇରେସୀ ସାଇଟ୍‌ରେ ଅନଲାଇନ ଲିକ୍‌ ହୋଇଯାଇଛି।

ମିଡିଆ ରିପୋର୍ଟ ମୁତାବକ, ଅଲ୍ଲ ଅର୍ଜୁନଙ୍କ ‘ପୁଷ୍ପା ୨’ ଇବୋମ୍ମା, ମୁଭିରୁଲ୍‌ଜ, ତାମିଲରକର୍ସ, ଫିଲ୍ମୀଜିଲା, ତାମିଲୟୋଗୀ, ତାମିଲ ବ୍ଲାଷ୍ଟର୍ସ, Bolly4u, 9xmovies ଏବଂ ମୁଭିଜ୍‌ଡା ଆଦି ପାଇରେସୀ ପ୍ଲାଟଫର୍ମରେ ମାଗଣା ଡାଉନଲୋଡ୍‌ କରିବାକୁ ଉପଲବ୍ଧ ଅଛି। ଏହା 1080p, 720p, 480p, 360p, 240p, ଏଚ୍‌ଡିରେ ଡାଉନଲୋଡ୍‌ କରିବାକୁ ଉପଲବ୍ଧ ଅଛି। ତେବେ ଆଇନ ଅନୁଯାୟୀ ଏହା ଭୁଲ, ଆଦୌ ଏମିତି ହେବା ଉଚିତ ନୁହେଁ, କାରଣ ଏଥିପାଇଁ ଫିଲ୍ମର ନିର୍ଦ୍ଦେଶକ-ନିର୍ମାତା ଫିଲ୍ମର କଳାକାରଙ୍କୁ ମଧ୍ୟ ବହୁ କ୍ଷତି ସହିବାକୁ ପଡ଼ିପାରେ। ପାଇରେସୀକୁ ପ୍ରୋତ୍ସାହିତ କରିବା ଉଚିତ୍ ନୁହେଁ। କପିରାଇଟ୍ ଅଧିନିୟମ ୧୯୫୭ ଅନୁଯାୟୀ ପାଇରେସୀ ଏକ ଫୌଜଦାରୀ ଅପରାଧ।

- Advertisement -

ମୈଥରୀ ମୁଭି ମେକର୍ସ ଓ ମୁତ୍ତମସେଟ୍ଟୀ ମିଡିଆ ଦ୍ଵାରା ନିର୍ମିତ ‘ପୁଷ୍ପା ୨’କୁ ନେଇ ପ୍ରଶଂସକ ଖୁବ୍‌ ଉତ୍ସାହିତ ଅଛନ୍ତି। ମୁକ୍ତିଲାଭ ପରେ ଚଳଚ୍ଚିତ୍ରକୁ ଅନେକ ସାଇଟ୍‌ ୫/୫ ଷ୍ଟାର ଦେଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories