www.samajalive.in
Friday, December 5, 2025
27.1 C
Bhubaneswar

କେହି ଦଖଲ କରିପାରିବେନି ଆଦିବାସୀଙ୍କ ଜମି : ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ କେହି ଆଦିବାସୀଙ୍କ ଜମି ଦଖଲ କରିପାରିବେନି। ଆଜି ବିଧାନସଭା ପ୍ରଶ୍ନକାଳରେ ଏଭଳି କିଛି ଉତ୍ତର ରଖିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ଯଦି କେହି ଆଦିବାସୀଙ୍କ ଜମି କିଣନ୍ତି, ତେବେ ତାହାକୁ ବେଆଇନ ଘୋଷଣା କରାଯିବା ସହ ଉଚ୍ଛେଦ କରି ଫେରସ୍ତ ନିୟମ ରହିଛି। ଆଦିବାସୀଙ୍କ ଜମି କ୍ରୟ ନେଇ  ୬୫୪ ମାମଲା ବିଚାରାଧୀନ ରହିଛି। ଆଦିବାସୀ ଜମି ଦଖଲ ନେଇ ୮୮୧  ମାମଲା ବିଚାରାଧୀନ ରହିଛି। ଆଦିବାସୀଙ୍କ ଜମି ଅଣ ଆଦିବାସୀମାନେ କିଣିବା ନେଇ ପ୍ରାୟ ୧୯, ୬୯୦ ମାମଲା ରହିଛି। ମାମଲାର ବିଚାର କ୍ଷମତା ଜିଲ୍ଲାପାଳ ମାନଙ୍କୁ ଦିଆଯାଇଛି। ଚଞ୍ଚକତା କରି ଆଦିବାସୀ ମାନଙ୍କ ଜମି ନେଇଥିଲେ , ଉପଜିଲ୍ଲାପାଳ ଏହାର ବିଚାର କରିବେ। ଏଭଳି ପ୍ରାୟ ୧୨ ହଜାର ୨୭୯ ମାମଲା ବିଚାରଧୀନ ଥିବା ରାଜସ୍ଵ ମନ୍ତ୍ରୀ ସୂଚନା ଦେଇଛନ୍ତି।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories