www.samajalive.in
Friday, December 5, 2025
26.1 C
Bhubaneswar

କାରରେ ଆସୁଥିବା ବ୍ୟବସାୟୀଙ୍କ ଉପରେ ଗୁଳିମାଡ଼ : ଅଳ୍ପକେ ବର୍ତ୍ତିଲେ ୪ ବ୍ୟବସାୟୀ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ହୁମା ଓ ଋଷିକୁଲ୍ୟା ଜଳ ସେଚନ ଉପ ବିଭାଗ ଅଫିସ ମଧ୍ୟରେ ୧୬ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତ୍ରରେ କାଜୁ ବ୍ୟବସାୟୀଙ୍କ ଉପରେ ଗୁଳିମାଡ଼ ହୋଇଥିବା ନେଇ ଅଭିଯୋଗ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି କାରରେ ବସି ଥିବା ଚାରି ଜଣଙ୍କ ମଧ୍ୟରୁ ଗୌରବ ସେଠୀ ନାମକ ଜଣେ କାଜୁ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ବ୍ୟବସାୟୀମାନେ।

ନୂଆବର୍ଷ ୨୦୨୫ରେ ୪ ଗ୍ରହଙ୍କ ଚଳନ; ବାସ୍‌ ଆପଣାନ୍ତୁ ଏହି ଉପାୟ, ବର୍ଷଯାକ ସୁନାଭଳି ଚମକିବ ଭାଗ୍ୟ, ହେବେ ମାଲାମାଲ୍‌..

- Advertisement -

ପୁଲିସ ଗୁରୁବାର ଦିନ ଘଟଣାସ୍ଥଳରେ ପହଂଚି ଦୁଇଟି ଖୋଖା ସହ ବ୍ୟଵସାୟୀ ମାନେ ବ୍ୟବହାର କରଥିବା ଏକ କାରକୁ ହୁମ୍ମା ଫାଣ୍ଡି ପୁଲିସ ଜବତ କରି ତଦନ୍ତ ଜାରି ରଖିଛି। ଦୁର୍ବୃତ୍ତମାନେ ବାଇକରେ ଆସି କାରକୁ ପିଛା କରି ଗୁଳି ଫୁଟାଇଥିଲେ। କାରର ମିରରରେ ଗୁଳି ବାଜିଛି। ଭୟରେ କାର ଛାଡ଼ି ବ୍ୟବସାୟୀ ମାନେ ଦୌଡ଼ି ପଳେଇ ଯାଇଥିଲେ। ଏନେଇ ହୁମ୍ମା ଫାଣ୍ଡିରେ କେଶ ନମ୍ବର ୭୭୩/୨୪ ରେ ମାମଲା ରୁଜୁ ହୋଇଛି। ଘଟଣାସ୍ଥଳରେ ଏସଡିପିଓ ଗୌରହରି ସାହୁ, ରମ୍ଭା ଥାନା ଅଧିକାରୀ, ସାଇଣ୍ଟିଫେଟିକ ଟିମ ପହଁଚି ଅଧିକ ତଦନ୍ତ ଜାରି ରହିଛି। ପ୍ରକାଶ ଥାଉକି ରମ୍ଭା ଥାନା ଅଞ୍ଚଳରେ ଗତ କିଛି ଦିନ ମଧ୍ୟରେ ୧୦ରୁ ଅଧିକ ମନ୍ଦିରରୁ ଚୋରି ହୋଇଛି। ବର୍ତମାନ ଏହି ଘଟଣା ପୁଲିସଙ୍କୁ ଏକ ପ୍ରକାର ଖୋଲା ଚ୍ୟାଲେଞ୍ଜ ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ୨୦୨୫ ନୂଆବର୍ଷରେ ହେବେ ଭାଗ୍ୟଶାଳୀ…

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories