www.samajalive.in
Friday, December 5, 2025
26.1 C
Bhubaneswar

ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ୨୦୨୫ ନୂଆବର୍ଷରେ ହେବେ ଭାଗ୍ୟଶାଳୀ…

ଅଙ୍କ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେକୌଣସି ବର୍ଷର ଶୁଭ ଅଙ୍କ ପାଇବା ପାଇଁ ସେହି ବର୍ଷର ଅଙ୍କକୁ ଯୋଡାଯାଏ । ୨୦୨୫ରେ ୨+୦+୨+ ୫=୯ । ସେହି ହିସାବରେ ବର୍ଷ ୨୦୨୫ର ଅଙ୍କ ୯ । ଅଙ୍କ ଜ୍ୟୋତିଷରେ ଅଙ୍କ ୯ର ସ୍ୱାମୀ ମଙ୍ଗଳ ଗ୍ରହଙ୍କୁ କୁହାଯାଏ । ମଙ୍ଗଳଙ୍କୁ ଶକ୍ତି, ସାହସ, ନେତୃତ୍ୱ ଓ ପରାକ୍ରମର କାରକ ବୋଲି କୁହାଯାଏ । ୨୦୨୫ରେ ମଙ୍ଗଳ ଗ୍ରହଙ୍କ ପ୍ରଭାବ ଖୁବ୍‌ ମଜଭୁତ ରହିବ । ଏହି ଅଙ୍କ ସହ ଜଡିତ ବ୍ୟକ୍ତି ବିଶେଷଙ୍କୁ ନୂଆବର୍ଷ ୨୦୨୫ରେ ଆତ୍ମବିଶ୍ୱାସ ବୃଦ୍ଧି ହେବ । ତେବେ ଜାଣନ୍ତୁ କେଉଁ ମାନଙ୍କ ପାଇଁ ନୂଆବର୍ଷରେ କି କି ଲାଭ ମିଳିବ..

ଅଙ୍କ ୧
ଯେଉଁ ବ୍ୟକ୍ତି ବିଶେଷଙ୍କ ଜନ୍ମ ଯେକୌଣସି ମାସର ୧,୧୦,୧୯ କିମ୍ବା ୨୮ ତାରିଖରେ ହୋଇଛି, ସେମାନଙ୍କ ମୂଲ୍ୟାଙ୍କ୧ । ଅଙ୍କ ଶାସ୍ତ୍ର ଅନୁସାରେ ଏହା ନେତୃତ୍ୱ ଓ ସ୍ୱତନ୍ତ୍ରତାର ପ୍ରତୀକ । ଏହି ଅଙ୍କର ବ୍ୟକ୍ତି ବିଶେଷ ୨୦୨୫ରେ କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ । ଖୁବ୍‌ ଉନ୍ନତି ହେବ । ନୂଆ ଚାକିରି ମିଳିବାର ଯୋଗ ରହିଛି ।

- Advertisement -

ଅଙ୍କ ୩
ଅଙ୍କ ଜ୍ୟୋତିଷ ଅନୁସାରେ ମୂଲ୍ୟାଙ୍କ ୩, ବିଭିନ୍ନ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ । ବ୍ୟବସାୟୀ ଲାଭବାନ୍‌ ହେବେ । ଅନେକ ଲାଭ ମିଳିବ ।

ଅଙ୍କ ୫
ବର୍ଷ ୨୦୨୫ର ମୂଲ୍ୟାଙ୍କ ୫ଙ୍କୁ ଭାଗ୍ୟର ସାଥ୍‌ ମିଳିବ । ଯେଉଁ ବ୍ୟକ୍ତିଙ୍କ ଜନ୍ମ ଯେକୌଣସି ମାସର ୫, ୧୪ କିମ୍ବା ୨୩ ତାରିଖରେ ସେମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ ହେବ । ଏହି ଅଙ୍କର ବ୍ୟକ୍ତି ବିଶେଷ ୨୦୨୫ରେ ଅନେକ ସଫଳତା ପାଇବେ ।

୨୫ ରୁ ୪୫ ବୟସ ମଧ୍ୟରେ ଖୁବ୍‌ ଧନ ରୋଜଗାର କରନ୍ତି, ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି..

ଅଙ୍କ ୬
ଏହି ଅଙ୍କର ପ୍ରତୀକ ପ୍ରେମ । ଏମାନଙ୍କ ପାରିବାରିକ ଜୀବନ ୨୦୨୫ରେ ସୁଖମୟ ଓ ଶାନ୍ତିପୂର୍ଣ୍ଣ ରହିବ । ଶୁଭ ସମୟ ଆରମ୍ଭ ହେବ ।

ଅଙ୍କ ୯
ମୂଲ୍ୟାଙ୍କ ୯ର ବ୍ୟକ୍ତି ବିଶେଷ ୨୦୨୫ରେ ସାମାଜିକ କାର୍ଯ୍ୟରେ ଯୋଗ ଦେବା ସହ ଆୟର ନୂଆ ରାସ୍ତା ସାମ୍ନାକୁ ଆସିବ ।

 

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories