www.samajalive.in
Saturday, December 6, 2025
15.1 C
Bhubaneswar

୭ରୁ ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିଅନଶିପ, ଓଡ଼ିଶାରୁ ଭାଗନେବେ ୭୮ କ୍ରୀଡ଼ାବିତ୍‌

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ୩୯ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିଅନଶିପ ଅନୁଷ୍ଠିତ ହେବ। ପାଞ୍ଚ ଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗିତାରେ ପ୍ରାୟ ୨୦୦୦  କ୍ରୀଡ଼ାବିତ୍‌ ଭାଗ ନେବେ। ହରିୟାଣାରୁ ସର୍ବାଧିକ ୧୫୦ କ୍ରୀଡ଼ାବିତ୍‌ ଏହି ପ୍ରତିଯୋଗିତାରେ ଭାଗନେବେ। ସେହିପରି ଓଡ଼ିଶାରୁ ସର୍ବମୋଟ ୭୮ ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ। ଓଡ଼ିଶାରୁ ଭାଗ ନେଉଥିବା କ୍ରୀଡ଼ାବିତ୍‌ମାନଙ୍କ ମଧ୍ୟରୁ ୪୩ ପୁରୁଷ ଏବଂ ୩୫ ମହିଳା କ୍ରୀଡ଼ାବିତ୍‌ ରହିଛନ୍ତି।

କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଆସନ୍ତା ଡିସେମ୍ବର ୭ରୁ ୧୧ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ୩୯ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିଅନଶିପ ଅନୁଷ୍ଠିତ ହେବାକୁ ଯାଉଛି। ଓଡ଼ିଶାରୁ ସର୍ବମୋଟ ୭୮ କ୍ରୀଡ଼ାବିତ୍‌ ପ୍ରତିଯୋଗିତାରେ ଭାଗ ନେବେ। ସମସ୍ତ କ୍ରୀଡ଼ାବିତ୍‌ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବେ ବୋଲି ମୁଁ ଆଶା କରୁଛି।

- Advertisement -

ପ୍ରକାଶଯୋଗ୍ୟ, ଚଳିତବର୍ଷ ଓଡ଼ିଶାରେ ୨୭ତମ ନ୍ୟାସନାଲ ଫେଡେରେସନ ସିନିୟର ଆଥଲେଟିକ୍ସ, ୭୦ତମ ଓଡ଼ିଶା ରାଜ୍ୟ ସିନିୟର ଓ ଜୁନିୟର ଆଥଲେଟିକ୍ସ ଚାମ୍ପିଅନଶିପ ଏବଂ ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିଅନଶିପ ଆଦି କ୍ରୀଡ଼ା ପ୍ରତିଯୋଗିତା ମଧ୍ୟ ଆଗରୁ ଅନୁଷ୍ଠିତ ହୋଇସାରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories