୭ ତାରିଖରୁ ବଢିବ ଶୀତ, କମିବ ରାତି ତାପମାତ୍ରା

ଭୁବନେଶ୍ଵର : ସାମୁଦ୍ରିକ ଝଡ ଫେଙ୍ଗାଲ ଯୋଗୁଁ ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଥିଲା। ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ଶନିବାରଠାରୁ ରାଜ୍ୟରେ ଶୀତ ବଢିପାରେ। ୭ ତାରିଖରୁ ରାଜ୍ୟରେ ରାତି ତାପମାତ୍ରା ୨ରୁ ୪ଡିଗ୍ରୀ କମିବ । ଫଳରେ ଅଧିକ ଶୀତ ଅନୁଭବ ହୋଇପାରେ। ଆସନ୍ତା ଦୁଇ ଦିନ କନ୍ଧମାଳ, ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର ଆଦି ଜିଲ୍ଲାରେ ପ୍ରବଳ ଶୀତ ସହ ଘନ କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି। ଅନ୍ୟପଟେ ଆଜି ମାଲକାନଗିରି ଓ କୋରାପୁଟ ଜିଲ୍ଲା ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

Comments are closed.