www.samajalive.in
Saturday, December 6, 2025
26.1 C
Bhubaneswar

ରାଉରକେଲା ରେଳଷ୍ଟେସନରୁ ୬୦ କେଜି ରୁପା ଜବତ, ଜଣେ ଅଟକ

ରାଉରକେଲା : ରେଳଷ୍ଟେସନରୁ ଜବତ ହେଲା ରୁପା। ଆଜି ସକାଳୁ ଜିଆରପି ପୁଲିସ ରାଉରକେଲା ରେଳ ଷ୍ଟେସନରୁ ୬୦ କେଜି ରୁପା ଜବତ କରିଛି। ସୂଚନା ମୂତାବକ ଆଜି ଜଣେ ବ୍ୟବସାୟୀ ୬୦ କେଜି ରୁପା ଧରି ରାଞ୍ଚି ଟ୍ରେନକୁ ଅପେକ୍ଷା କରିଥିଲେ। ତାଙ୍କ ଉପରେ ସନ୍ଦେହ ହେବାରୁ ଜିଆରପି ପୁଲିସ ଛାନଭିନ୍ କରିଥିଲା। ପରେ ଉକ୍ତ ବ୍ୟବସାୟୀଙ୍କ ନିକଟରୁ ୬୦ କେଜି ରୁପା ଜବତ ହୋଇଥିଲା। ଏହାପରେ ଜିଆରପି ପୁଲିସ୍ ଜବତ ରୂପାକୁ ଜିଏସଟି ବିଭାଗକୁ ହସ୍ତାନ୍ତର କରିଥିବାବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି।

 

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories