www.samajalive.in
Friday, December 5, 2025
27.1 C
Bhubaneswar

ଫାଇନାନ୍ସ କମ୍ପାନୀ କାର୍ଯ୍ୟାଳୟରୁ ଲୁଟ୍ ଉଦ୍ୟମ, ଜଣେ ଅଟକ

ଫୁଲବାଣୀ: ସ୍ଥାନୀୟ ଫୁଲବାଣୀ ସାହିରେ ଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀ କାର୍ଯ୍ୟାଳୟରୁ ବୁଧବାର ବିଳମ୍ବିତ ରାତିରେ ଲୁଟ୍ ଉଦ୍ୟମ ହୋଇଛି। ଦୁର୍ବୃତ୍ତଙ୍କ ସହ ଧସ୍ତାଧସ୍ତିବେଳେ ଦୁଇ କର୍ମଚାରୀ ଆହତ ହୋଇଛନ୍ତି। ଘଟଣାରେ ଜଣଙ୍କୁ ପୁଲିସ ଅଟକ ରଖିଥିବାବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି।

ସୂଚନା ପ୍ରକାରେ, ଅଧିକାର ଫାଇନାନ୍ସ କମ୍ପାନୀର ତିନିଜଣ କର୍ମଚାରୀ ୨ ଲକ୍ଷରୁ ଊର୍ଦ୍ଧ୍ବ ଋଣ ଟଙ୍କା ଆଦାୟ କରି କାର୍ଯ୍ୟାଳୟରେ ବସି ଗଣତି କରୁଥିବାବେଳେ ହଠାତ୍ ତିନି ଜଣ ମୁଖାଧାରୀ ପହଞ୍ଚିଥିଲେ। ଜଣେ କାର୍ଯ୍ୟାଳୟ ବାହାରେ ଥିବାବେଳେ ଅନ୍ୟ ଦୁଇଜଣ ଭିତରେ ପଶି କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ମାଗିଥିଲେ। କର୍ମଚାରୀମାନେ ଟଙ୍କା ନ ଦେବାରୁ ଦୁର୍ବୃତ୍ତଙ୍କ ସହ ଧସ୍ତାଧସ୍ତି ହୋଇଥିଲା। ଏଥିରେ ଦୁଇ କର୍ମଚାରୀ ଶ୍ରୀକାନ୍ତ ପ୍ରଧାନ ଓ ଲିଖନ ମଲ୍ଲିକ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଜଣେ ଦୁର୍ବୃତ୍ତକୁ କାବୁ କରିବାରେ ସକ୍ଷମ ହୋଇଥିବାବେଳେ ଅନ୍ୟ ଦୁଇଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଖବର ପାଇ ଟାଉନ ପୁଲିସ୍ ପହଞ୍ଚି ଆହତଙ୍କୁ ଚିକିତ୍ସା କରାଇବା ସହ ଜଣେ ଦୁର୍ବୃତ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଘଟଣା ସ୍ଥଳରୁ ଗୋଟିଏ ବନ୍ଧୁ ଜବତ ହୋଇଛି। ତେବେ କେତେ ଟଙ୍କା ଲୁଟ୍ ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଏନେଇ ଛାନଭିନ୍ ଚାଲିଥିବା ଥାନା ଅଧିକାରୀ କନକ କୁମାର ମାଝୀ ସୂଚନା ଦେଇଛନ୍ତି।

Hot this week

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

Related Articles

Popular Categories