www.samajalive.in
Saturday, December 6, 2025
17.1 C
Bhubaneswar

ଏସିପି ପ୍ରଦ୍ୟୁମନ କହିଲେ- ‘କୁଛ୍ ତୋ ଗଡ଼ବଡ଼ ହୈ’, ଉତ୍ସାହ ବଢାଇଲା ‘ସିଆଇଡି ୨’ର ନୂଆ ପ୍ରୋମୋ

ସମାଜ ଡିଜିଟାଲ ଡେସ୍କ: ୨୦ ବର୍ଷ ଧରି ଛୋଟ ପରଦାରେ ଅଭୂତପୂର୍ବ ଲୋକପ୍ରିୟତା ହାସଲ କରିଥିବା ଶୋ’ ‘ସିଆଇଡି’ ପାଞ୍ଚ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଟିଭିକୁ ଫେରିବାକୁ ପ୍ରସ୍ତୁତ। ଚଳିତ ବର୍ଷ ଅକ୍ଟୋବର ମାସରେ ଶୋ’ ଫେରୁଛି ବୋଲି ଘୋଷଣା କରାଯାଇଥିଲା। ନିକଟରେ ଏହାର ନୂଆ ପ୍ରୋମୋ ମଧ୍ୟ ରିଲିଜ୍ ହୋଇଛି। ପ୍ରୋମୋରେ ଶୋ’ର ମୁଖ୍ୟ ଚରିତ୍ର ଏସିପି ପ୍ରଦ୍ୟୁମନଙ୍କ ସହ ଘନିଷ୍ଠ ବନ୍ଧୁ ଦୟା ଏବଂ ଅଭିଜିତଙ୍କୁ ଦେଖିବାକୁ ମିଳିଛି। ଏହା ବ୍ୟତୀତ ଡାକ୍ତର ସାଲୁଙ୍ଖେ ମଧ୍ୟ ନଜର ଆସିଛନ୍ତି। ପ୍ରଶଂସକଙ୍କ ଉତ୍ସାହ ବଢାଇ ଦେଇଛି ଏହି ନୂଆ ପ୍ରୋମୋ।

- Advertisement -

ଶିବାଜୀ ସାଟମ, ଯିଏ ଶୋ’ରେ ଏସିପି ପ୍ରଦ୍ୟୁମନ ଭୂମିକାରେ ଅଭିନୟ କରନ୍ତି, ସେ ତାଙ୍କ ଲୋକପ୍ରିୟ ସଂଳାପ ‘କୁଛ୍ ତୋ ଗଡ଼ବଡ଼ ହୈ’ କହୁଥିବା ନଜର ଆସିଛନ୍ତି। ନୂଆ ପ୍ରୋମୋର କ୍ୟାପ୍ସନରେ ଲେଖାହୋଇଛି, ‘‘ତାଙ୍କ କାହାଣୀ ବାକି ଅଛି, ଯାହାଙ୍କ ନାଁ ହିଁ ଯଥେଷ୍ଟ!’’ ପ୍ରୋମେରେ ଦିଆଯାଇଥିବା ସୂଚନା ଅନୁସାରେ ଡିସେମ୍ବର ୨୧ରୁ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୧୦ରେ ସୋନି ଟିଭିରେ ପ୍ରସାରିତ ହେବ ଏହି ଶୋ’।

ଏହା ପୂର୍ବରୁ ଜାରି ହୋଇଥିବା ପ୍ରୋମୋରେ ଦର୍ଶକମାନେ ଦୟା କବାଟ ଭାଙ୍ଗୁଥିବାର ଦେଖିଥିଲେ, ଯେଉଁଥିପାଇଁ ସେ ଶୋ’ରେ ଲୋକପ୍ରିୟ। ଆଉ ଏବେ ଏହି ପ୍ରୋମୋରେ ସେ ଅପରାଧର ସମାଧାନ ପାଇଁ ଫେରିଛନ୍ତି। ପ୍ରଶଂସକମାନେ ଏହାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। କମେଣ୍ଟ ଜରିଆରେ ଲୋକେ ଖୁସି ଓ ନିଜ ଉତ୍ସାହ ପ୍ରକାଶ କରିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories