www.samajalive.in
Saturday, December 6, 2025
26.1 C
Bhubaneswar

ଖୁବଶୀଘ୍ର ଭାରତକୁ ଆସିବ ୨୬ ରାଫେଲ ସାମୁଦ୍ରିକ ଲଢ଼ୁଆ ବିମାନ

ସମାଜ ଡିଜିଟାଲ ଡେସ୍କ: ଭାରତ ଖୁବଶୀଘ୍ର ଫ୍ରାନ୍ସଠାରୁ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ ଆଣିବ। ଆସନ୍ତା ମାସରେ ଏହି ଡିଲ ସମ୍ପନ୍ନ ହୋଇପାରେ ବୋଲି ସୂଚନା ଦେଇଛନ୍ତି ନୌସେନା ମୁଖ୍ୟ ଦୀନେଶ ତ୍ରିପାଠୀ। ନୌସେନା ଦିବସ ଉପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ତ୍ରିପାଠୀ ଏହି ସୂଚନା ଦେଇଛି। ଦୁଇ ଦେଶ ମଧ୍ୟରେ ବୁଝାମଣା ନେଇ ଆଉ ଗୋଟିଏ ପର୍ଯ୍ୟାୟ ଆଲୋଚନା ବାକି ରହିଛି। ଏହା ଶେଷ ହେଲେ ଫ୍ରାନ୍ସ ସହିତ ଡିଲ୍ ସମ୍ପନ୍ନ ହେବ। ସେ ଆହୁରି କହିଛନ୍ତି ଯେ, ସରକାରୀ ସ୍ତରରେ ଆଲୋଚନା ଚାଲିଥିବାରୁ ରାଫେଲ ଚୁକ୍ତିରେ ବିଳମ୍ବ ହେବ ନାହିଁ। ଅନେକ ଥର ଆଲୋଚନା କରାଯିବା ପରେ ରାଫେଲ କମ୍ପାନୀ ବିମାନ ମୂଲ୍ୟ ହ୍ରାସ କରିଛି। ୨୦୧୬ରେ ବାୟୁସେନା ପାଇଁ ୩୬ ରାଫେଲ ବିମାନ ଆଣିବା ଲାଗି ଯେଉଁ ମୂଲ୍ୟରେ ଚୁକ୍ତି ହୋଇଥିଲା ବର୍ତ୍ତମାନ ବି ସେହି ମୂଲ୍ୟରେ ଚୁକ୍ତି ହେବ ବୋଲି ସେ କହିଛନ୍ତି। ଏହି ଚୁକ୍ତି ଭାରତୀୟ ନୌସେନା ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ନୌସେନାର ଦକ୍ଷତା ବୃଦ୍ଧିରେ ଏହା ବେଶ୍‌ ସହାୟକ ହେବ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories