ଦେଖନ୍ତୁ ଭିଡିଓ ; ଟ୍ରକରେ ଲୁଚି ଉତ୍ତରପ୍ରଦେଶରୁ ବିହାର ଆସିଲା ବିଶାଳକାୟ ଅଜଗର..

ନୂଆଦିଲ୍ଲୀ : ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ପାଲଟିବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଏକ ବିଶାଳକାୟ ଅଜଗର ସାପ ଟ୍ରକର ଇଞ୍ଜିନ୍‌ରେ ଲୁଚି ଉତ୍ତରପ୍ରଦେଶର କୁଶିନଗରରୁ ବିହାରର ନରକଟିଆଗଞ୍ଜ ପର୍ଯ୍ୟନ୍ତ ପହଞ୍ଚିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକେ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି । ଚିନ୍ତା ମଧ୍ୟ କରିଛନ୍ତି, ଏହି ବିଶାଳକାୟ ଅଜଗର ୯୮ କିଲୋମିଟର ରାସ୍ତା ଗସ୍ତ କରି ଆସିଛି, ମାତ୍ର ଏନେଇ ଚାଳକ କିମ୍ବା ହେଲପର୍‌ କୌଣସି ସୁରାଗ ମଧ୍ୟ ପାଇ ନାହାଁନ୍ତି । ଟ୍ରକ୍‌ଟି ନରକଟିଆଗଞ୍ଜ ପହଞ୍ଚିବା ପରେ ଏହି ଭୟଭୀତ କରୁଥିବା ଘଟଣା ସାମ୍ନାକୁ ଆସିଥିଲା । ପଥର ବୋଝେଇ ହୋଇଥିବା ଏହି ଟ୍ରକରୁ ପଥର କାଢିବା ପାଇଁ ଶ୍ରମିକ ମାନେ କାମ ଆରମ୍ଭ କରିବା ମାତ୍ରେ ସେମାନେ ଖୁବ୍‌ ଜୋରରେ ଚିତ୍କାର କରିଥିଲେ । ଭିତରୁ ସାପର ହୁ ହୁ ଗର୍ଜନ ମଧ୍ୟ ଶୁଣାଯାଇଥିଲା । ଟ୍ରକରୁ ଦୂରକୁ ଯାଇ ଶ୍ରମିକ ମାନେ ବନ ବିଭାଗକୁ ଖବର ଦେଇଥିଲେ । ମାତ୍ର ଅଜଗର ସାପଟି କାହା ଉପରେ ମଧ୍ୟ ଆକ୍ରମଣ କରିନଥିଲା । ଚାଳକ ସମେତ ସମସ୍ତେ ସୁରକ୍ଷିତ ଥିଲେ ।

prayash

୨୦୨୫ ଏପ୍ରିଲ ପର୍ଯ୍ୟନ୍ତ ଏହି ୫ ରାଶିଙ୍କୁ ଭାଗ୍ୟଶାଳୀ କରିବେ ବୃହସ୍ପତି: ଧନର ବର୍ଷା ସହ ହେବ ବିବାହ..

ଖବର ପାଇବା ମାତ୍ରେ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସାବଧାନତା ପୂର୍ବକ ଟ୍ରକର ଇଞ୍ଜିନରୁ ସାପକୁ ଉଦ୍ଧାର କରିଥିଲେ । ଅଜଗର ସାପଟି ପ୍ରାୟ ୧୦ ଫୁଟ୍‌ ଲମ୍ବ ଓ ଖୁବ୍‌ ଓଜନିଆ ଥିଲା । ବନ ବିଭାଗ ଅଧିକାରୀ କହିଥିଲେ ସାପଟି କୁଶିନଗରର ନିକଟରେ ଜଙ୍ଗଲରୁ ଟ୍ରକ ମଧ୍ୟ ପଳାଇ ଆସିଥାଇପାରେ । ଏହାପରେ ଇଞ୍ଜିନ୍‌ ମଧ୍ୟରେ ଲୁଚି ଥିଲା ।
ଜଙ୍ଗଲ ରାସ୍ତାରେ ବାହନ ନେଇ ଯିବା ଆସିବା ସମୟରେ ସାବଧାନତା ଅବଲମ୍ବନ କରିବା ପାଇଁ ବନ ବିଭାଗ ଚାଳକ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଦେଖନ୍ତୁ ଭିଡିଓ; ଜଗତସିଂହପୁର ଶିଆଳି ବେଳାଭୂମିରେ କୁମ୍ଭୀର, ଅଞ୍ଚଳବାସୀ,ପର୍ଯ୍ୟଟକ ଭୟଭୀତ..

Comments are closed.