www.samajalive.in
Sunday, December 7, 2025
14.1 C
Bhubaneswar

୨୦୨୫ ଏପ୍ରିଲ ପର୍ଯ୍ୟନ୍ତ ଏହି ୫ ରାଶିଙ୍କୁ ଭାଗ୍ୟଶାଳୀ କରିବେ ବୃହସ୍ପତି: ଧନର ବର୍ଷା ସହ ହେବ ବିବାହ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନଅ ଗ୍ରହ ରାଶି ଓ ନକ୍ଷତ୍ର ପରିବର୍ତ୍ତନ କରିବା ଦ୍ୱାରା ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡିଥାଏ । ଅଳ୍ପ ଦିନରେ ୨୦୨୪ ବର୍ଷ ଶେଷ ହେବ । ଏହାସହ ଆରମ୍ଭ ହେବ ନୂଆବର୍ଷ ୨୦୨୫ । ୨୦୨୫ରେ ଅନେକ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଥିବା ବେଳେ ୨୦୨୪ ବର୍ଷର ଶେଷ ସମୟରେ କିଛି ଗ୍ରହ ରାଶି ଓ ନକ୍ଷତ୍ର ପରିବର୍ତ୍ତନ କରିଛନ୍ତି । ଏହାର ପ୍ରଭାବ ନୂଆବର୍ଷ ୨୦୨୫ ପର୍ଯ୍ୟନ୍ତ ମଧ୍ୟ ରହିବ । ଦେବଗୁରୁ ବୃହସ୍ପତି ୨୮ ନଭେମ୍ବର ଗୁରୁବାର ଦିନ ୧ଟା ୧୦ ମିନିଟରେ ନକ୍ଷତ୍ର ପରିବର୍ତ୍ତନ କରି ସାରିଛନ୍ତି । ଗୁରୁ ଗ୍ରହ ରୋହିଣୀ ନକ୍ଷତ୍ରରେ ପ୍ରବେଶ କରିବା ସହ ୧୦ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଏଥିରେ ରହିବେ । ଏହାର ପ୍ରଭାବରେ ୫ ରାଶି ବ୍ୟକ୍ତି ବିଶେଷ ହେବେ ଭାଗ୍ୟଶାଳୀ, ଜାଣନ୍ତୁ..

ମେଷ – ଏହି ରାଶିଙ୍କ ପାଇଁ ଗୁରୁଙ୍କ ନକ୍ଷତ୍ର ପରିବର୍ତ୍ତନ ଖୁବ୍‌ ଲାଭଦାୟକ ହେବ । ବ୍ୟବସାୟରେ ଉନ୍ନତି ହେବ । ଅଟକି ଥିବା ଧନ ମିଳିବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ମଜଭୁତ ହେବ । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ସହ ପରିବାର ଲୋକଙ୍କ ସହଯୋଗ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

- Advertisement -

ବୃଷ – ସାମାଜିକ କାର୍ଯ୍ୟରେ ରୁଚି ବଢିବ । ଧନ ଲାଭର ଯୋଗ ରହିଛି । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । ପଦନ୍ନୋତିର ଯୋଗ ରହିଛି । ସମ୍ପର୍କୀୟଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ । ମାନ-ସମ୍ମାନ ବୃଦ୍ଧି ହେବ ।

ଦେଖନ୍ତୁ ଭିଡିଓ; ଜଗତସିଂହପୁର ଶିଆଳି ବେଳାଭୂମିରେ କୁମ୍ଭୀର, ଅଞ୍ଚଳବାସୀ,ପର୍ଯ୍ୟଟକ ଭୟଭୀତ..

ସିଂହ – ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବ । ସଫଳତା ମିଳିବା ସହ ଆର୍ଥିକ ସ୍ଥିତି ମଜଭୁତ ହେବ । ଧନ ବୃଦ୍ଧି ସହ ଉଚ୍ଚ ସ୍ତରରେ ସଫଳତା ମିଳିବ । ବାଦ-ବିବାଦରୁ ଦୂରେଇ ରୁହନ୍ତୁ । ସମ୍ପର୍କ ମଜଭୁତ ହେବ ।

ଧନୁ – ଦୁଃଶ୍ଚିନ୍ତା ଦୂର ହେବ । ଅନେକ କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟରେ ଲାଭ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ସହ ଚାକିରିରେ ଥିବା ସମସ୍ୟା ଦୂର ହେବ ।

ମକର- ଏହି ରାଶିଙ୍କ ପାଇଁ ଗୁରୁଙ୍କ ନକ୍ଷତ୍ର ପରିବର୍ତ୍ତନ ଶୁଭଙ୍କର । ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଅବିବାହିତ ଯୁବକ ଯୁବତୀଙ୍କର ବିବାହର ଯୋଗ ରହିଛି । ଆର୍ଥିକ ସ୍ଥିତି ମଜଭୁତ ହେବା ସହ ଆୟରେ ବୃଦ୍ଧି ହେବ ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories