www.samajalive.in
Saturday, December 6, 2025
14.1 C
Bhubaneswar

ଓଲା ସ୍କୁଟର ବିକ୍ରି ୩୩ ପ୍ରତିଶତ କମିଲା

ସମାଜ ଡିଜିଟାଲ ଡେସ୍କ: ଗ୍ରାହକଙ୍କୁ ଖରାପ ସେବା ପ୍ରଦାନ କରିବା ଓଲା କମ୍ପାନୀକୁ ମହଙ୍ଗା ପଡ଼ିଛି। ଦେଶର ବିଭିନ୍ନ ସ୍ଥାନରୁ ଓଲା ସ୍କୁଟର ବ୍ୟବହାରକାରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିବା ପରେ ନଭେମ୍ବର ମାସରେ କମ୍ପାନୀକୁ ବଡ଼ ଝଟକା ଲାଗିଛି। ପାର୍ବଣ ପରେ ପରେ କମ୍ପାନୀର ସ୍କୁଟର ବିକ୍ରିରେ ୩୩ ପ୍ରତିଶତ ହ୍ରାସ ଘଟିଛି।

ଗତ ଅକ୍ଟୋବରରେ କମ୍ପାନୀର ୪୦ ହଜାରରୁ ଅଧିକ ସ୍କୁଟର ବିକ୍ରି ହୋଇଥିଲା। ନଭେମ୍ବରରେ ଏହା ହ୍ରାସ ପାଇ ୨୭ ହଜାର ୭୪୬ ୟୁନିଟରେ ପହଞ୍ଚିଥିଲା। ବୈଦ୍ୟୁତିକ ସ୍କୁଟର ଯାନ କ୍ଷେତ୍ରରେ ପ୍ରତିଦ୍ଵନ୍ଦ୍ଵିତାମୂଳକ ବଜାରରେ ଓଲା କମ୍ପାନୀର ନିମ୍ନମାନର ସେବା ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଏହା ସହିତ ନୂତନ ସ୍କୁଟରରେ ଓଲା ନିମ୍ନମାନର ସ୍ପେୟାରପାର୍ଟ୍ସ ଲଗାଉଥିବା ମଧ୍ୟ ଗ୍ରାହକ ଅଭିଯୋଗ କରୁଛନ୍ତି। ଯାହାର ବଡ଼ ପ୍ରଭାବ କମ୍ନାନୀର ବିକ୍ରି ଉପରେ ପଡ଼ିଛି ବୋଲି କୁହାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories