ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଶିଆଳି ବେଳାଭୂମିରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ଯାହାକୁ ନେଇ ସ୍ଥାନୀୟଲୋକେ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଫଳରେ ଶିଆଳି ବେଳାଭୂମିରେ ଲୋକେ ଭୟରେ ସମୁଦ୍ର ସ୍ନାନ କରୁ ନଥିବା ଦେଖିବାକୁ ମିଳିଛି। ଶିଆଳି ବେଳାଭୂମି ନିକଟ ଜଟାଧାରୀ ମୁହାଁଣରେ ଦେବୀନଦୀ ସମୁଦ୍ର ସହିତ ମିଶି ଥିବା ବେଳେ ନେହୁର ବଙ୍ଗଳା ନିକଟରେ ମହାନଦୀ ସମୁଦ୍ର ସହିତ ମିଶିଛି। ଫଳରେ ୮ଫୁଟ ଲମ୍ବର ଏକ କୁମ୍ଭୀର କେଉଁ ନଦୀବାଟ ଦେଇ ସମୁଦ୍ରକୁ ଆସିଥିବା ସନ୍ଦେହ କରାଯାଉଛି। ଗତକାଲି ଜଣେ ମତ୍ସ୍ୟଜୀବୀ ଶିଆଳି ବେଳାଭୂମି ନିକଟରେ ବସିଥିବା ବେଳେ ୮ଫୁଟ ଲମ୍ବର ଏକ ବଉଳା କୁମ୍ଭୀର ସମୁଦ୍ର କୂଳରେ ଶୋଇଥିବା ଦେଖିବାକୁ ପାଇଥିଲେ। ହଠାତ୍ ମତ୍ସ୍ୟଜୀବୀ ଦେଖିବା କ୍ଷଣି କୁମ୍ଭୀରଟି ସମୁଦ୍ର ମଧ୍ୟକୁ ଚାଲି ଯାଇଥିଲା।
ଏହି ଘଟଣା ପ୍ରଘଟ ହେବାପରେ ସ୍ଥାନୀୟଲୋକେ ଓ ପର୍ଯ୍ୟଟକମାନେ ଶିଆଳି ବେଳାଭୂମିରେ ସମୁଦ୍ର ସ୍ନାନ କରିବାକୁ ଭୟ କରୁଛନ୍ତି। ଏ ସମ୍ପର୍କରେ ରାଜନଗର ବନଖଣ୍ଡ ଅଧିନ କୁଜଙ୍ଗ ବନ ବିଭାଗର ପ୍ରତିକ୍ରିୟା ମିଳି ପାରିନାହିଁ।
ନୂଆବର୍ଷ ୨୦୨୫ ଆରମ୍ଭରେ ଗଜଲକ୍ଷ୍ମୀ ରାଜଯୋଗ; ମା’ଲକ୍ଷ୍ମୀ କରିବେ ଏହି ରାଶିଙ୍କୁ ଭାଗ୍ୟଶାଳୀ, ହେବେ ମାଲାମାଲ୍..



