www.samajalive.in
Friday, December 5, 2025
20.1 C
Bhubaneswar

ଦେଖନ୍ତୁ ଭିଡିଓ; ଜଗତସିଂହପୁର ଶିଆଳି ବେଳାଭୂମିରେ କୁମ୍ଭୀର, ଅଞ୍ଚଳବାସୀ,ପର୍ଯ୍ୟଟକ ଭୟଭୀତ..

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଶିଆଳି ବେଳାଭୂମିରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ଯାହାକୁ ନେଇ ସ୍ଥାନୀୟଲୋକେ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଫଳରେ ଶିଆଳି ବେଳାଭୂମିରେ ଲୋକେ ଭୟରେ ସମୁଦ୍ର ସ୍ନାନ କରୁ ନଥିବା ଦେଖିବାକୁ ମିଳିଛି। ଶିଆଳି ବେଳାଭୂମି ନିକଟ ଜଟାଧାରୀ ମୁହାଁଣରେ ଦେବୀନଦୀ ସମୁଦ୍ର ସହିତ ମିଶି ଥିବା ବେଳେ ନେହୁର ବଙ୍ଗଳା ନିକଟରେ ମହାନଦୀ ସମୁଦ୍ର ସହିତ ମିଶିଛି। ଫଳରେ ୮ଫୁଟ ଲମ୍ବର ଏକ କୁମ୍ଭୀର କେଉଁ ନଦୀବାଟ ଦେଇ ସମୁଦ୍ରକୁ ଆସିଥିବା ସନ୍ଦେହ କରାଯାଉଛି। ଗତକାଲି ଜଣେ ମତ୍ସ୍ୟଜୀବୀ ଶିଆଳି ବେଳାଭୂମି ନିକଟରେ ବସିଥିବା ବେଳେ ୮ଫୁଟ ଲମ୍ବର ଏକ ବଉଳା କୁମ୍ଭୀର ସମୁଦ୍ର କୂଳରେ ଶୋଇଥିବା ଦେଖିବାକୁ ପାଇଥିଲେ। ହଠାତ୍‌ ମତ୍ସ୍ୟଜୀବୀ ଦେଖିବା କ୍ଷଣି କୁମ୍ଭୀରଟି ସମୁଦ୍ର ମଧ୍ୟକୁ ଚାଲି ଯାଇଥିଲା।

ଏହି ଘଟଣା ପ୍ରଘଟ ହେବାପରେ ସ୍ଥାନୀୟଲୋକେ ଓ ପର୍ଯ୍ୟଟକମାନେ ଶିଆଳି ବେଳାଭୂମିରେ ସମୁଦ୍ର ସ୍ନାନ କରିବାକୁ ଭୟ କରୁଛନ୍ତି। ଏ ସମ୍ପର୍କରେ ରାଜନଗର ବନଖଣ୍ଡ ଅଧିନ କୁଜଙ୍ଗ ବନ ବିଭାଗର ପ୍ରତିକ୍ରିୟା ମିଳି ପାରିନାହିଁ।

ନୂଆବର୍ଷ ୨୦୨୫ ଆରମ୍ଭରେ ଗଜଲକ୍ଷ୍ମୀ ରାଜଯୋଗ; ମା’ଲକ୍ଷ୍ମୀ କରିବେ ଏହି ରାଶିଙ୍କୁ ଭାଗ୍ୟଶାଳୀ, ହେବେ ମାଲାମାଲ୍‌..

- Advertisement -

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories