www.samajalive.in
Saturday, December 6, 2025
23.1 C
Bhubaneswar

ନୂଆବର୍ଷ ୨୦୨୫ ଆରମ୍ଭରେ ଗଜଲକ୍ଷ୍ମୀ ରାଜଯୋଗ; ମା’ଲକ୍ଷ୍ମୀ କରିବେ ଏହି ରାଶିଙ୍କୁ ଭାଗ୍ୟଶାଳୀ, ହେବେ ମାଲାମାଲ୍‌..

ନୂଆ ବର୍ଷକୁ ଆଉ ଅଳ୍ପ ଦିନ ବାକି । ନୂଆ ବର୍ଷ ସଭିଁଙ୍କ ପାଇଁ ନୂଆ ଆଶା ଓ ଉଲ୍ଲାସ ଆଣୁ ବୋଲି ସଭିଁଙ୍କ ଇଚ୍ଛା । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନୂଆ ବର୍ଷ ୨୦୨୫ ଖୁବ୍‌ ଖାସ୍‌ ହେବାକୁ ଯାଉଛି । କାରଣ ନୂଆ ବର୍ଷ ଆରମ୍ଭରେ ହିଁ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି । ନୂଆ ବର୍ଷରେ ଗୁରୁ ଓ ଶୁକ୍ର ଏକାଠି ହେବେ । ଏହି ୨ ଗ୍ରହ ଏକାଠି ହେବା ପରେ ଅତ୍ୟନ୍ତ ଶୁଭ ଯୋଗ ସୃଷ୍ଟି ହୋଇ ଗଜଲକ୍ଷ୍ମୀ ରାଜଯୋଗ ହେବ । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..

ନୂଆ ବର୍ଷ ୨୦୨୫ରେ ହେଉଥିବା ଗଜଲକ୍ଷ୍ମୀ ରାଜଯୋଗ ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ମାଲାମାଲ୍‌ କରିବ..

- Advertisement -

ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କୁ ହଠାତ୍‌ ଧନ ପ୍ରାପ୍ତି ହେବ । ନୂଆବର୍ଷରେ ଖୁବ୍‌ ଶୁଭଫଳ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବା ସହ ମନ ଖୁସି ରହିବ ।

ମିଥୁନ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ମାନ-ସମ୍ମାନ ବୃଦ୍ଧି ହେବ । ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବା କାରଣରୁ ଅଟକି ଥିବା ସମସ୍ତ କାମ ପୂରଣ ହେବ । ବ୍ୟବସାୟ ପାଇଁ ଶୁଭ ସମୟ ଥିବା ସହ ଲାଭବାନ୍‌ ହେବେ ।

ସିଂହ – ଏହି ରାଶିଙ୍କ ପାଇଁ ମଧ୍ୟ ନୂଆବର୍ଷ ଖୁବ୍‌ ଶୁଭଙ୍କର । ଚାକିରିରେ ପଦନ୍ନୋତିର ଯୋଗ ରହିଛି । କର୍ମକ୍ଷେତ୍ର ଓ ବ୍ୟବସାୟରେ ସଫଳତା ମିଳିବ । ଶୁଭ ଖବର ମିଳିବ ।

ଆଗାମୀ ୩ ମାସ ହେବ ହାଡଭଙ୍ଗା ଶୀତ!

ତୁଳା – ଏହି ରାଶିଙ୍କୁ ମଧ୍ୟ ଖୁବ୍‌ ଲାଭ ମିଳିବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଲାଭ ସହ ଶୁଭଫଳର ଯୋଗ ରହିଛି । ସହକର୍ମୀଙ୍କ ସହଯୋଗ ମିଳିବ । ସଫଳତା ମିଳିବ ।

କୁମ୍ଭ- ଏହି ରାଶିଙ୍କ ଅଟକି ଥିବା କାମ ପୂରଣ ହେବା ସହ କରଜ ଟଙ୍କା ଫେରସ୍ତ ମିଳିବ । ଲାଗି ରହିଥିବା ଅନେକ ସମସ୍ୟା ଦୂର ହେବ । ମନ ପ୍ରସନ୍ନ ରହିବ ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories