www.samajalive.in
Saturday, December 6, 2025
26.1 C
Bhubaneswar

ନବରଙ୍ଗପୁର ଜିଲା ଲୋକ ମହୋତ୍ସବ ‘ମଣ୍ଡେଇ’; ଯୋଗଦେବେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ 

ନବରଙ୍ଗପୁର: ନବରଙ୍ଗପୁର ଜିଲା ସାଂସ୍କୃତିକ ଲୋକ ମହୋତ୍ସବ ‘ମଣ୍ଡେଇ’ ଆସନ୍ତା ଡିସେମ୍ବର ୬ରୁ ୧୦ତାରିଖ ପର୍ଯ୍ୟନ୍ତ ବହୁ ସମାରୋହରେ ପାଳନ  କରାଯିବ। ଏହି ମହୋତ୍ସବରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଉଚ୍ଚଶିକ୍ଷା, କ୍ରିଡ଼ା ଓ ସଂସ୍କୃତି ମନ୍ତ୍ରୀ ଯୋଗ ଦେବେ ବୋଲି ଜଣାପଡିଛି। ଯାହାକି ଚଳିତ ବର୍ଷ ନୂଆ ସରକାରରେ ‘ମଣ୍ଡେଇ’ ମହୋତ୍ସବ ଝଲସି ଉଠିବ। ଏହି ମହୋତ୍ସବରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗୁରୁବାର ଦିନ ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚୀତ ଜାତି ଓ ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ଏବଂ ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ତଥା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ବିଧାୟକ  ଗୌରୀ ଶଙ୍କର ମାଝୀ, ଝରିଗାଁ  ବିଧାୟକ ନରସିଂହ ଭତରା ଓ  ଜିଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ନିମନ୍ତ୍ରଣ କରିଛନ୍ତି।
ଗୁରୁବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟରେ ଭେଟି ଅନୁରୋଧପତ୍ର ପ୍ରଦାନ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଆସନ୍ତା ୮ ତାରିଖ ‘ମଣ୍ଡେଇ’ର ଉଦଯାପନୀ ଉତ୍ସବରେ ଯୋଗଦେବାକୁ ସମ୍ମତି ପ୍ରଦାନ କରିଥିବା ଜଣାପଡିଛି। ପୂର୍ବରୁ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉଦଯାପନୀ ଦିବସରେ ଯୋଗଦେବାକୁ ସମ୍ମତି ପ୍ରକାଶ କରିଛନ୍ତି। ଉଦ୍‌ଘାଟନ ଉତ୍ସବ ୬ ତାରିଖରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେବେ। ସେହିପରି  ୭ ତାରିଖରେ ରାଜ୍ୟ ଉଚ୍ଚଶିକ୍ଷ।, କ୍ରିଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେବେ ବୋଲି ଜଣାପଡିଛି। ଏ ସଂପର୍କରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ସବିଶେଷ ସୂଚନା ଦେଇଛନ୍ତି। ଏହା ଜଣାପଡିବା ପରେ ନବରଙ୍ଗପୁର ଜିଲାରେ ଖୁସିର ମାହୋଲ ଦେଖାଦେଇଛି।

ନୂଆବର୍ଷ ୨୦୨୫ ଆରମ୍ଭରେ ଗଜଲକ୍ଷ୍ମୀ ରାଜଯୋଗ; ମା’ଲକ୍ଷ୍ମୀ କରିବେ ଏହି ରାଶିଙ୍କୁ ଭାଗ୍ୟଶାଳୀ, ହେବେ ମାଲାମାଲ୍‌..

ଆଗାମୀ ୩ ମାସ ହେବ ହାଡଭଙ୍ଗା ଶୀତ!

- Advertisement -

 

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories