ବର୍ଷା ପାଇଁ ୩ ଘଣ୍ଟା ଏହି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ସକାଳୁ ସକାଳୁ ରାଜଧାନୀରେ ହାଲୁକା ବର୍ଷା..

ଭୁବନେଶ୍ୱର : ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୧୨ ଜିଲାକୁ ଶୁକ୍ରବାର ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆଗାମୀ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲା ଗୁଡିକ ହେଉଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଢେଙ୍କାନାଳ, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଜପତି, ଗଞ୍ଜାମ । ତାମିଲନାଡୁରେ ବାତ୍ୟାର ପ୍ରଭାବ ଦେଖାଯାଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରୁ ସକାଳୁ ସକାଳୁ ହାଲୁକା ବର୍ଷା ହେଉଛି। ଶୁକ୍ରବାର ସକାଳୁ ଓଡିଶାର କିଛି ଜିଲାରେ ଆକାଶ ମେଘାଚ୍ଛନ୍ନ ରହିଛି। ଶନିବାର ତାମିଲନାଡୁ-ଆନ୍ଧ୍ର ମଝିରେ ବାତ୍ୟା ‘ଫେଙ୍ଗାଲ’ ସ୍ଥଳଭାଗ ଛୁଇଁବ ବୋଲି ସୂଚନା ମିଳିଛି । ଓଡିଶା ଉପରେ ଏହାର ବିଶେଷ ପ୍ରଭାବ ନଥିଲେ ମଧ୍ୟ ହାଲୁକା ବର୍ଷା ସମ୍ଭାବନା ରହିଛି ।

ନୂଆବର୍ଷ ୨୦୨୫ ଆରମ୍ଭରେ ଗଜଲକ୍ଷ୍ମୀ ରାଜଯୋଗ; ମା’ଲକ୍ଷ୍ମୀ କରିବେ ଏହି ରାଶିଙ୍କୁ ଭାଗ୍ୟଶାଳୀ, ହେବେ ମାଲାମାଲ୍‌..

ଆଗାମୀ ୩ ମାସ ହେବ ହାଡଭଙ୍ଗା ଶୀତ!

Comments are closed.