www.samajalive.in
Saturday, December 13, 2025
26.1 C
Bhubaneswar

ନୟନତାରା ଓ ବିଗ୍ନେଶଙ୍କ ବିରୋଧରେ ମାମଲା ଦାୟର କଲେ ଧନୁଷ, ଅଭିନେତ୍ରୀଙ୍କୁ ଜବାବ ତଲବ

ସମାଜ ଡିଜିଟାଲ ଡେସ୍କ: ନୟନତାରା ଓ ଧନୁଷଙ୍କ ମଧ୍ୟରେ କପିରାଇଟ୍‌ ଉଲ୍ଲଂଘନ ମାମଲା ଥମିବାର ନାଁ ନେଉନାହିଁ। ଜୋରଦାର ବାକ୍‌ ଯୁଦ୍ଧ ମଧ୍ୟରେ ଧନୁଷଙ୍କ ଟିମ୍‌ ଏବେ ମାଡ୍ରାସ ହାଇକୋର୍ଟରେ ଅଭିନେତ୍ରୀ ଏବଂ ତାଙ୍କ ଡକ୍ୟୁମେଣ୍ଟାରୀ ‘ନୟନତାରା: ବିୟଣ୍ଡ୍ ଦି ଫେୟାରିଟେଲ’ ବିରୋଧରେ ଦେଓ୍ବାନୀ ମାମଲା ଦାୟର କରିଛନ୍ତି। ସୂଚନା ଅନୁସାରେ, ଧନୁଷଙ୍କ ଫିଲ୍ମ କମ୍ପାନୀ ଓ୍ବଣ୍ଡରବାର ଫିଲ୍ମସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନୟନତାରା, ତାଙ୍କ ସ୍ୱାମୀ ତଥା ଚଳଚ୍ଚିତ୍ର ନିର୍ମାତା ବିଗ୍ନେଶ ଶିବନ ଓ ତାଙ୍କ ପ୍ରଡକ୍ସନ କମ୍ପାନୀ ରାଉଡି ପିକ୍‌ଚର୍ସ ବିରୋଧରେ ଏହି ମାମଲା ଦାୟର କରିଛି। ଏହି ମାମଲାରେ ହାଇକୋର୍ଟ ମଧ୍ୟ ଅଭିନେତ୍ରୀଙ୍କୁ ଏହାର ଜବାବ ରଖିବାକୁ ନିର୍ଦେଶ ଦେଇଛନ୍ତି। ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ, ଅଭିଯୁକ୍ତ ବିନା ଅନୁମତିରେ ନେଟଫ୍ଲିକ୍ସ ଡକ୍ୟୁ-ଡ୍ରାମାରେ ଅଭିନେତାଙ୍କ ଫିଲ୍ମ ‘ନାନୁମ୍ ରାଉଡି ଧାନ’ର କିଛି ଦୃଶ୍ୟ ବ୍ୟବହାର କରିଛନ୍ତି। ପରବର୍ତ୍ତୀ ଶୁଣାଣିରେ ଏହି ଆଇନଗତ ନୋଟିସ୍‌ର ଜବାବ ରଖିବାକୁ ନୟନ୍ତରାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଗତ କିଛି ସପ୍ତାହ ମଧ୍ୟରେ ଧନୁଷ ଏବଂ ତାଙ୍କ ପ୍ରଡକ୍ସନ କମ୍ପାନୀ ବିରୋଧରେ ନୟନତାରା ଗୋଟିଏ ପରେ ଗୋଟିଏ କରି ଅନେକ ଅଭିଯୋଗ ଆଣିଥିବାବେଳେ ଏବେ ତାଙ୍କ ବିରୋଧରେ ଏହି ମାମଲା ଦାୟର ହୋଇଛି। ନୟନତାରା କହିଛନ୍ତି ଯେ, ସେ ଫିଲ୍ମର ଫୁଟେଜ ବ୍ୟବହାର କରିବାକୁ ଧନୁଷଙ୍କଠାରୁ ଅନୁମତି ମାଗିଥିଲେ କିନ୍ତୁ ତାଙ୍କୁ ଅନୁମତି ମିଳି ନଥିଲା। ଅଭିନେତ୍ରୀ ଏହା ମଧ୍ୟ କହିଛନ୍ତି, ସେ ଫିଲ୍ମର ଫୁଟେଜ ବ୍ୟବହାର କରିବା ପରିବର୍ତ୍ତେ ଡକ୍ୟୁମେଣ୍ଟାରୀରେ ତିନି ସେକେଣ୍ଡର ଏକ ବିଟିଏସ ଫୁଟେଜ ବ୍ୟବହାର କରିଥିଲେ, କିନ୍ତୁ ଧନୁଷ ୧୦ କୋଟି ଟଙ୍କା ଦାବି କରି ଏକ ଆଇନଗତ ନୋଟିସ୍ ପଠାଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories