www.samajalive.in
Saturday, December 6, 2025
19.1 C
Bhubaneswar

ଇସ୍ରାଏଲ-ଲେବାନନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତି, ସ୍ଵାଗତ କଲା ଭାରତ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ଏବଂ ଦକ୍ଷିଣ ଲେବାନନରେ ଆଡ୍ଡା ଜମାଇଥିବା ଆତଙ୍କବାଦୀ ସଂଗଠନ ହେଜବୋଲ୍ଲା ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧ ବନ୍ଦ ହୋଇଛି। ଆମେରିକା ଏବଂ ଫ୍ରାନ୍ସର ମଧ୍ୟସ୍ଥତା ପରେ ଇସ୍ରାଏଲ ଯୁଦ୍ଧବିରତି ଚୁକ୍ତି ସ୍ଵାକ୍ଷର କରିଛି। ଲେବାନନ ଏବଂ ଇସ୍ରାଏଲ ମଧ୍ୟରେ ଏହି ଚୁକ୍ତି ହୋଇଛି। ଦୁଇମାସ ପର୍ଯ୍ୟନ୍ତ ଇସ୍ରାଏଲ ଯୁଦ୍ଧରୁ ବିରତ ରହିବ। ଏହି ସମୟ ମଧ୍ୟରେ ଦକ୍ଷିଣ ଲେବାନନରେ ହେଜବୋଲ୍ଲା ଏହାର ସାମରିକ ଉପସ୍ଥିତି ଶେଷ କରିବ। ଦକ୍ଷିଣ ଲେବାନନରେ ପ୍ରବେଶ କରିଥିବା ଇସ୍ରାଏଲ ସୈନ୍ୟ ନିଜ ସୀମା ଭିତରକୁ ଫେରିଆସିବେ ବୋଲି ଚୁକ୍ତି ହୋଇଛି। ହେଲେ ହେଜବୋଲ୍ଲା ଯଦି ଚୁକ୍ତିକୁ ଉଲ୍ଲଂଘନ କରେ ତେବେ ଇସ୍ରାଏଲ ପୁନର୍ବାର ଆକ୍ରମଣ କରିବ ବୋଲି ଚେତାବନୀ ଦେଇଛି।

ଚୁକ୍ତି ଅନୁସା​ରେ ହଜାର ହଜାର ସଂଖ୍ୟକ ଲେବାନନ ସୈନ୍ୟ ଏବଂ ଜାତିସଂଘ ଶାନ୍ତି ବାହିନୀ  ଦକ୍ଷିଣ ଲେବାବନରେ ମୁତୟନ ହେବେ। ହେଜବୋଲ୍ଲାର ସମସ୍ତ ଆତଙ୍କବାଦୀ କାର୍ଯ୍ୟକଳାପକୁ ଦମନ କରାଯିବ। ଆମେରିକା ନେୃତ୍ଵତରେ ଏକ ଅନ୍ତର୍ଜାତୀୟ ପ୍ୟାନେଲ ଏସବୁର ତଦାରଖ କରିବ।

- Advertisement -

ତେବେ ଦୁଇଦେଶ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିକୁ ଭାରତ ପକ୍ଷରୁ ସ୍ଵାଗତ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, ଇସ୍ରାଏଲ ଏବଂ ଲେବାନନ ଯୁଦ୍ଧବିରତି ନେଇ କରିଥିବା ଘୋଷଣାକୁ ଭାରତ ସ୍ଵାଗତ କରୁଛି। ଯୁଦ୍ଧ ନ କରି ଆଲୋଚନା ଏବଂ କୁଟନୀତି ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଭାରତ ସର୍ବଦା କହିଆସିଛି। ଏହି ପଦକ୍ଷେପ ବିଶ୍ଵରେ ଶାନ୍ତି ଏବଂ ସ୍ଥିରତା ସ୍ଥାପନକୁ ଆଗେଇ ଦେବାରେ ସହାୟକ ବୋଲି ବୋଲି ଭାରତ ଆଶା କରୁଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories