bjd gruha runa

ସାରାଙ୍କ ଡ୍ରାଇଭର କରୋନା ସଂକ୍ରମିତ, ପରିବାରର ସବୁ ସଦସ୍ୟଙ୍କର କରାଗଲା ଟେଷ୍ଟ

BJD Bijuli 480×75 Mob

ମୁମ୍ବଇ: ବଲିଉଡ଼ ଅଭିନେିତ୍ରୀ ସାରା ଅଲ୍ଲୀ ଖାନଙ୍କ ଡ୍ରାଇଭର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏନେଇ ସୋମବାର ବିଳମ୍ବିତ ରାତିରେ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି ଅଭିନେତ୍ରୀ।

 

View this post on Instagram

 

??????

A post shared by Sara Ali Khan (@saraalikhan95) on

ସାରା ଇନଷ୍ଟାଗ୍ରାମରେ ଏକ ମେସେଜ୍ ଜରିଆରେ ତାଙ୍କ ଡ୍ରାଇଭର କରୋନା ପଜିଟିଭ୍ ବୋଲି ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, “ମୁଁ ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି, ଆମ ଡ୍ରାଇଭରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ବିଏମସିକୁ ଏନେଇ ସୂଚନା ଦିଆଯିବା ସହ ଡ୍ରାଇଭରଙ୍କୁ କ୍ବାରେଣ୍ଟାଇନ ସେଣ୍ଟର ପଠାଯାଇଛି। ସାରା ଏହା ମଧ୍ୟ ଲେଖିଛନ୍ତି, ମୋର ଓ ମୋ ପରିବାର ସମେତ ଘରର ସବୁ ସଦସ୍ୟଙ୍କ କରୋନା ପରୀକ୍ଷା କରାଯାଇଛି ଏବଂ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ଆମେ ମସ୍ତେ ସରକାଙ୍କ ନିର୍ଦ୍ଦେଶାବଳୀ ମାନି ଚଳୁଛୁ। ବିଏମସି ପକ୍ଷରୁ ମିଳିଥିବା ଉପଦେଶ ଓ ସାହାଯ୍ୟ ପାଇଁ ବହୁତ ଧନ୍ୟବାଦ”।

Comments are closed.