www.samajalive.in
Sunday, December 7, 2025
26.1 C
Bhubaneswar

ସୁଶାନ୍ତଙ୍କ ବାୟୋପିକରେ ଅଭିନୟ କରିବେ ଅବିକଳ ତାଙ୍କ ପରି ଦେଖାଯାଉଥିବା ଏହି ଟିକଟକ୍ ଷ୍ଟାର

ମୁମ୍ବଇ: ବଲିଉଡ଼ ଅଭିନେତା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଏବେ ତାଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି ନିର୍ମାତା ବିଜୟ ଶେଖର ଗୁପ୍ତା। ଫିଲ୍ମର ନାଁ ରହିଛି ‘ସୁଇସାଇଡ଼ ଅର୍‍ ମର୍ଡର: ଏ ଷ୍ଟାର ୱାଜ୍‍ ଲଷ୍ଟ’। ତେବେ ଏହାର ମୁଖ୍ୟ ଅଭିନେତାଙ୍କୁ ନେଇ ସୋମବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଫିଲ୍ମରେ ସୁଶାନ୍ତଙ୍କ ଚରିତ୍ରରେ ଅଭିନୟ କରିବେ ଅବିକଳ ତାଙ୍କ ପରି ଦେଖାଯାଉଥିବା ଜଣେ ଯୁବକ। ସେ ହେଉଛନ୍ତି ସଚିନ ତିଓ୍ୱାରୀ।

ସଚିନ ହେଉଛନ୍ତି ଜଣେ ଟିକଟକ୍‌ ଷ୍ଟାର। ସେ ଅବିକଳ ସୁଶାନ୍ତଙ୍କ ଭଳି ଦେଖାଯାଉଥିବାରୁ ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କୁ ନେଇ ଖୁବ୍‍ ଚର୍ଚ୍ଚା ହୋଇଥିଲା। ତାଙ୍କ ଟିକଟକ ଭିଡିଓ ଭାଇରାଲ ହୋଇଥିଲା। ଏବେ ଏହି ସଚିନ ସୁଶାନ୍ତଙ୍କ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି।

- Advertisement -

ବିଜୟ ଶେଖର ଗୁପ୍ତାଙ୍କ ପ୍ରଡକ୍ସନ ହାଉସ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ ହୋଇସାରିଛି। ସେପ୍ଟେମ୍ବର ଅଧା ବେଳକୁ ଏହାର ଶୁଟିଂ କାର୍ଯ୍ୟ ଆରମ୍ଭ ହେବ ବୋଲି ନିର୍ମାତା ସୂଚନା ଦେଇଛନ୍ତି। ‘ସୁଇସାଇଡ଼ ଅର୍‍ ମର୍ଡର: ଏ ଷ୍ଟାର ୱାଜ୍‍ ଲଷ୍ଟ’କୁ ଖ୍ରୀଷ୍ଟମାସ ଅବସରରେ ରିଲିଜ୍‍ କରାଯିବାକୁ ଧାର୍ଯ୍ୟ କରାଯାଇଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories