ଭାରତର ପ୍ରଥମ ଚାଳକରହିତ ରୋବଟ୍ କାର୍

0

ଏବେ କେବଳ ବିଦେଶରେ ନୁହେଁ, ଖୁବ୍ ଶୀଘ୍ର ଭାରତୀୟ ରାସ୍ତାରେ ମଧ୍ୟ ରୋବଟ୍ କାର୍ ଦଉଡ଼ିବାକୁ ଆରମ୍ଭ କରିବ। ଚାଳକବିହୀନ ଏହି କାର୍ ରାଜରାସ୍ତାରେ ସୁରକ୍ଷିତ ଭାବେ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇପାରିବ। ଭୋପାଳନିବାସୀ ସଞ୍ଜିବ ଶର୍ମା, ଭାରତର ପ୍ରଥମ ରୋବଟ୍ କାର୍ ନିର୍ମାଣ କରିଛନ୍ତି। ଆଇଆଇଟି ରୁର୍‌କୀର ଏହି ଛାତ୍ର ୯ ବର୍ଷ ତଳେ ରୋବଟ୍ କାର୍‌ର ନିର୍ମାଣ ଉଦ୍ୟମ କରିଥିଲେ। ୨୦୧୫ରେ ମଧ୍ୟ ଏହାର ସଫଳ ପରୀକ୍ଷଣ ହୋଇଥିଲା। ବିଭିନ୍ନ ଅନୁସନ୍ଧାନ ପରେ ଜଣାପଡ଼ିଛି ଯେ ସାଧାରଣ ଯାନର ଚାଳକ ଗାଡ଼ି ଚଳାଉଥିବା ସମୟରେ ୧୦ ଥର ଚିନ୍ତା କରିଥାଏ ଯେ କିଭଳି ଭାବେ ଗାଡ଼ି ସୁରକ୍ଷିତ ଭାବେ ଚଳାଇବ? ହେଲେ ରୋବଟ୍ ୧ ସେକେଣ୍ଡରେ ୪୦ଥର ଚିନ୍ତା କରିବା ପରେ ହିଁ ଗାଡ଼ି ଆଗକୁ ବଢ଼ାଇଥାଏ। ମୋଟରସାଇକଲ ବ୍ୟତୀତ ଟ୍ରକ୍, କାର୍, ବସ୍, ଟ୍ରାକ୍ଟର ସବୁକିଛି ଏହି ରୋବଟ୍ ସହାୟତାରେ ଚଳାଯାଇପାରିବ। ସମ୍ପୂର୍ଣ୍ଣ ରୂପେ ଆଧୁନିକ ଜ୍ଞାନକୌଶଳରେ ପରିଚାଳିତ ଏଇ ଗାଡ଼ିକୁ ଯାତ୍ରୀ ଯେଉଁ ଅନୁସାରେ ନିର୍ଦେଶ ଦେବେ, ସେ ସେହିଭଳି ଭାବେ ଅଗ୍ରଗତି କରିବ। ଭିଡ଼ ଦେଖି ରୋବଟ୍ କାର୍ ନିଜ ବେଗ କମାଇବା ସହ ଅନ୍ୟ ରାସ୍ତାରେ ଯିବାକୁ ଉଚିତ୍ ମଣିଥାଏ ବୋଲି କହିଛନ୍ତି ସଞ୍ଜୀବ। ୨୦୧୯ ଫେବୃଆରୀ ବେଳକୁ ଏହି ରୋବଟ୍ କାର୍‌ ଭାରତ ବଜାରରେ ବିକ୍ରି ଆରମ୍ଭ ହୋଇସାରିଥିବ ବୋଲି ଅନୁମାନ କରାଯାଉଛି।

Leave A Reply