www.samajalive.in
Sunday, December 7, 2025
14.1 C
Bhubaneswar

ସ୍ନେହର ବନ୍ଧନ ‘ଭାଇ ଦୂଜ’

ଭାଇ ଦୁଜ୍‍ର ପର୍ବ ଭାଇ ଭଉଣୀ ସଂପର୍କକୁ ସୁଦୃଢ କରିଥାଏ। ହିନ୍ଦୁ ଧର୍ମରେ ଭାଇ ଭଉଣୀର ସ୍ନେହ ପ୍ରତୀକର ଦୁଇଟି ପର୍ବ ପାଳନ କରାଯାଏ। ଗୋଟିଏ ରକ୍ଷା ବନ୍ଧନ ପର୍ବ, ଏହା ଶ୍ରାବଣ ମାସର ପୂର୍ଣ୍ଣିମାରେ ପାଳନ କରାଯାଏ। ଏହି ପର୍ବରେ ଭାଇ ଭଉଣୀର ରକ୍ଷା କରିବାର ପ୍ରତିଜ୍ଞା କରିଥାଏ। ଅନ୍ୟ ପର୍ବଟି ହେଉଛି ଭାଇ ଦୂଜ। ଏଥିରେ ଭଉଣୀ ଭାଇର ଦୀର୍ଘାୟୁର ପ୍ରାର୍ଥନା କରିଥାଏ। ଭାଇ ଦୂଜ ପର୍ବ କାର୍ତ୍ତିକ ମାସର ଦ୍ୱିତୀୟାରେ ପାଳନ କରାଯାଏ। ଏହି ପର୍ବ ପାଳନର ପ୍ରମୁଖ କାରଣ ହେଉଛି, ଭଉଣୀଙ୍କର ପବିତ୍ର ସଂପର୍କରେ ସର୍ବଦା ପ୍ରେମଭାବ ସ୍ଥାପନା କରିବା । ଏହି ଦିନରେ ଭଉଣୀ ଭାଇର ଉତ୍ତମ ସ୍ୱାସ୍ଥ୍ୟ, ଦିର୍ଘାୟୁ ତଥା ମଙ୍ଗଳ କାମନା କରି ତିଳକ ଲଗାଇଥାଏ। ନିଜ ହାତରେ ଭୋଜନ ପ୍ରସ୍ତୁତ କରି ଭାଇକୁ ଖୁଆଇଥାଏ।
ଭଉଣୀ ସାନ ହେଉ ଅଥବା ବଡ଼, ପାଖରେ ଥାଉ ଅଥବା ଦୂରରେ ସେ ନିଜ ଭାଇର ସୁଖସମୃଦ୍ଧି କାମନା କରିଥାଏ। ଏହି ସ୍ନେହଭରା ସଂପର୍କକୁ ଭାଇ ଦୂଜ ପର୍ବ ଆହୁରି ନିବିଡ଼ କରିଥାଏ ।
ଭାଇ ଦୂଜ ପର୍ବ କାର୍ତ୍ତିକ ମାସର ଶୁକ୍ଳ ପକ୍ଷର ଦ୍ୱିତୀୟା ତିଥିରେ ପାଳନ କରାଯାଏ। ଏହି ଦିନ ଭଉଣୀ ନିଜ ଭାଇର ମଥାରେ ତିଳକ ଲଗାଇ, ହଳଦୀ ଓ ଚାଉଳକୁ ମିଶାଇ ଭାଇର ମସ୍ତକରେ ପକାଇ ପୂଜା କରିଥାଏ ଏବଂ ଉଜ୍ୱଳ ଭବିଷ୍ୟତର କାମନା କରିଥାଏ। ଭାଈ ନିଜ ସକ୍ଷମ ଅନୁଯାୟୀ ଭଉଣୀକୁ  ଉପହାର ପ୍ରଦାନ କରିଥାଏ।

ଆଲେଖ୍ୟ ସସ୍ମିତା ମହାନ୍ତି

- Advertisement -

 

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories