www.samajalive.in
Saturday, December 6, 2025
26.1 C
Bhubaneswar

ଗାଡି ଚଳାଇବା ସମୟରେ ଆମ୍ବୁଲାନ୍ସକୁ ରାସ୍ତା ନଦେଲେ କଟିବ ଚାଲାଣ ! ଜାଣନ୍ତୁ ନିୟମ..

ନୂଆଦିଲ୍ଲୀ : ଯଦି ଆପଣ ଗାଡି ଚଳାଇବା ସମୟରେ ଆମ୍ବୁଲାନ୍ସକୁ ନିଜ ଗାଡି ଆଖପାଖରେ ଦେଖୁଛନ୍ତି ଏବଂ ରାସ୍ତା ଦେଉନାହାଁନ୍ତି ତେବେ ଆପଣଙ୍କ ଗାଡିର ଭାରୀ ଚାଲାଣ କଟିପାରେ ।  ଏହି ନିୟମ ଏଥିପାଇଁ କରାଯାଇଛି କାରଣ ଆମ୍ବୁଲାନ୍ସରେ ଗୁରୁତର ରୋଗୀ ଯାତ୍ରା କରୁଥାଇପାରନ୍ତି ଏବଂ ଚିକିତ୍ସାରେ ବିଳମ୍ବ ଯୋଗୁଁ ଅଘଟଣ ଘଟିପାରେ ।

ମୋଟର ବାହନ ଅଧିନିୟମ ଅନୁସାରେ ଆମ୍ବୁଲାନ୍ସକୁ ରାସ୍ତା ଦେବା ଜରୁରି । ଯଦି କୌଣସି ବ୍ୟକ୍ତି ଜାଣିଶୁଣି ଆମ୍ବୁଲାନ୍ସକୁ ରାସ୍ତା ଦେଉନି କିମ୍ବା ରୋକିବାକୁ ପ୍ରୟାସ କରୁଛି ତା ଉପରେ ଭାରୀ ଜୋରିମାନା ଲଗାଯାଇପାରେ । ଏଭଳି ଭୁଲ୍ ପାଇଁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟାଯାଇପାରେ । ଏପରିକି ୬ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମଧ୍ୟ ହୋଇପାରେ । ତେଣୁ ଯାତ୍ରା ସମୟରେ ଆପଣ ଯେବେ ପଛରୁ ଆମ୍ବୁଲାନ୍ସର ସାଇରନ୍ ଶୁଣିବେ ତୁରନ୍ତ ରାସ୍ତା ଦେଇଦେବେ ଏବଂ ଆମ୍ବୁଲାନ୍ସକୁ ଯିବାକୁ ଦେବେ । ଧ୍ୟାନ ରଖନ୍ତୁ ଏହା କେବଳ ଏକ ନିୟମ ନୁହେଁ, ବରଂ ଆମ କର୍ତ୍ତବ୍ୟ ମଧ୍ୟ ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories