www.samajalive.in
Wednesday, December 10, 2025
23.1 C
Bhubaneswar

ଗାଡି ଚଳାଇବା ସମୟରେ ଆମ୍ବୁଲାନ୍ସକୁ ରାସ୍ତା ନଦେଲେ କଟିବ ଚାଲାଣ ! ଜାଣନ୍ତୁ ନିୟମ..

ନୂଆଦିଲ୍ଲୀ : ଯଦି ଆପଣ ଗାଡି ଚଳାଇବା ସମୟରେ ଆମ୍ବୁଲାନ୍ସକୁ ନିଜ ଗାଡି ଆଖପାଖରେ ଦେଖୁଛନ୍ତି ଏବଂ ରାସ୍ତା ଦେଉନାହାଁନ୍ତି ତେବେ ଆପଣଙ୍କ ଗାଡିର ଭାରୀ ଚାଲାଣ କଟିପାରେ ।  ଏହି ନିୟମ ଏଥିପାଇଁ କରାଯାଇଛି କାରଣ ଆମ୍ବୁଲାନ୍ସରେ ଗୁରୁତର ରୋଗୀ ଯାତ୍ରା କରୁଥାଇପାରନ୍ତି ଏବଂ ଚିକିତ୍ସାରେ ବିଳମ୍ବ ଯୋଗୁଁ ଅଘଟଣ ଘଟିପାରେ ।

ମୋଟର ବାହନ ଅଧିନିୟମ ଅନୁସାରେ ଆମ୍ବୁଲାନ୍ସକୁ ରାସ୍ତା ଦେବା ଜରୁରି । ଯଦି କୌଣସି ବ୍ୟକ୍ତି ଜାଣିଶୁଣି ଆମ୍ବୁଲାନ୍ସକୁ ରାସ୍ତା ଦେଉନି କିମ୍ବା ରୋକିବାକୁ ପ୍ରୟାସ କରୁଛି ତା ଉପରେ ଭାରୀ ଜୋରିମାନା ଲଗାଯାଇପାରେ । ଏଭଳି ଭୁଲ୍ ପାଇଁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟାଯାଇପାରେ । ଏପରିକି ୬ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମଧ୍ୟ ହୋଇପାରେ । ତେଣୁ ଯାତ୍ରା ସମୟରେ ଆପଣ ଯେବେ ପଛରୁ ଆମ୍ବୁଲାନ୍ସର ସାଇରନ୍ ଶୁଣିବେ ତୁରନ୍ତ ରାସ୍ତା ଦେଇଦେବେ ଏବଂ ଆମ୍ବୁଲାନ୍ସକୁ ଯିବାକୁ ଦେବେ । ଧ୍ୟାନ ରଖନ୍ତୁ ଏହା କେବଳ ଏକ ନିୟମ ନୁହେଁ, ବରଂ ଆମ କର୍ତ୍ତବ୍ୟ ମଧ୍ୟ ।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories