www.samajalive.in
Wednesday, December 10, 2025
23.1 C
Bhubaneswar

ଖ୍ରୀଷ୍ଟମାସରେ ୟୁକ୍ରେନ ଉପରେ ବଡ଼ ଧରଣର ଆକ୍ରମଣ, ୭୦ କ୍ଷେପଣାସ୍ତ୍ର ଓ ୧୦୦ ଡ୍ରୋନ ମାଡ଼

ସମାଜ ଡିଜିଟାଲ ଡେସ୍କ: କାଜାନ ସହରରେ ୟୁକ୍ରେନ କରିଥିବା ଡ୍ରୋନ ଆକ୍ରମଣର ପ୍ରତିଶୋଧ ନେଇଛି ରୁଷ। ଖ୍ରୀଷ୍ଟମାସରେ ରୁଷ ୟୁକ୍ରେନ ଉପରେ ବଡ଼ ଧରଣର ଆକ୍ରମଣ କରିଛି। ୟୁକ୍ରେନର ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ କରି ରୁଷ ୭୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିବା ସହିତ ୧୦୦ରୁ ଅଧିକ ଡ୍ରୋନ ଦ୍ଵାରା ଆକ୍ରମଣ କରିଛି। ଏହି ଘଟଣାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମର ଜେଲେନସ୍କି ନିନ୍ଦା କରିବା ସହିତ ରୁଷ ଆକ୍ରମଣ କରିବାକୁ ଖ୍ରୀଷ୍ଟମାସ ଦିବସକୁ ପସନ୍ଦ କଲା ବୋଲି କ୍ଷୋଭର ସହ କହିଛନ୍ତି। ଏହା ଅତ୍ୟନ୍ତ ଅମାନବୀୟ ବୋଲି ଜେଲେନସ୍କି କହିଛନ୍ତି।

୨ ଦିନ ତଳେ ରୁଷର କାଜାନ ସହରରେ ୟୁକ୍ରେନ ଡ୍ରୋନ ଜରିଆରେ ଆକ୍ରମଣ କରିଥିଲା। ୨୦୦୧ ସେପ୍ଟେମ୍ବର ୧୧ରେ ବିଶ୍ଵ ବାଣିଜ୍ୟ କେନ୍ଦ୍ର(ଡବ୍ଲ୍ୟୁଟିସି)ରେ ଅଲକାଏଦା ଆତଙ୍କବାଦୀ ସଂଗଠନ ଯେପରି ଆକ୍ରମଣ କରିଥିଲା ଠିକ ସେହିପରି ୟୁକ୍ରେନ କାଜାନ ଉପରେ ଆକ୍ରମଣ କରିଥିଲା। ଅଲକାଏଦା ବିମାନ ଅପହରଣ କରି ଡବ୍ଲ୍ୟୁଟିସିରେ ମାଡ଼ କରିଥିଲାବେଳେ ୟୁକ୍ରେନ କାଜାନର ବଡ଼ ବଡ଼ କୋଠାରେ ବିସ୍ଫୋରକ ଖଚିତ ଡ୍ରୋନ ମାଡ଼ କରି ୯/୧୧ ଆକ୍ରମଣକୁ ମନେ ପକାଇ ଦେଇଥିଲା। ଏହାର ଜବାବ​‌ରେ ରୁଷ ଖ୍ରୀଷ୍ଟମାସ ଅବସରରେ ୟୁକ୍ରେନର ସବୁଠୁ ବଡ଼ ଘରୋଇ ଶକ୍ତି କମ୍ପାନୀ ଡିଟିଇକେ ଉପ​‌ରେ ଆକ୍ରମଣ କରିଛି। ତା’ ସହିତ ଅନ୍ୟାନ୍ୟ ସ୍ଥାନରେ ଥିବା ଶକ୍ତି ଭିତ୍ତିଭୂମି ଉପରେ ବି ଆକ୍ରମଣ କରାଯାଇଛି। ତେବେ ୫୦ରୁ ଅଧିକ କ୍ଷେପଣାସ୍ତ୍ର ଏବଂ ବହୁ ଡ୍ରୋନକୁ ଖସାଇ ଦିଆଯାଇଥିବା ଜେଲେନସ୍କି କହିଛନ୍ତି।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories