www.samajalive.in
Monday, December 15, 2025
26.1 C
Bhubaneswar

ଫ୍ରିଜ୍‌ ଖୋଲିବା ମାତ୍ରେ ଗର୍ଜନ କରି ମାଡ଼ି ଆସିଲା ଅହିରାଜ, ଭିଡିଓ ଭାଇରାଲ୍‌

ସମାଜ ଡିଜିଟାଲ ଡେସ୍କ: କୌଣସି ବ୍ୟକ୍ତିଙ୍କ ପାଇଁ ନିରାପଦ ସ୍ଥାନ ହେଉଛି ତାଙ୍କ ଘର। କିନ୍ତୁ ଯଦି ସେଠାରେ ହିଁ କୌଣସି ବିପଦ ଥିବ, ଯାହା ବିଷୟରେ ଆପଣ ଜାଣି ନଥିବେ ଏବଂ ହଠାତ୍ ସେହି ବିପଦ ଆପଣଙ୍କ ଆଡ଼କୁ ଯଦି ମାଡ଼ି ଆସିବ ତେବେ ନିଶ୍ଚିତ ଭାବେ ନିଃଶ୍ଵାସ ଅଟକିଯିବ। ଏମିତି ଏକ ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି, ଯାହା ଦେଖି ଆପଣ ମଧ୍ୟ ହତବାକ୍‌ ହୋଇଯିବେ।


ଭିଡିଓରେ ଦେଖାଯାଉଛି ଯେ, ଏକ ବଡ଼ କଳା ଅହିରାଜ ସାପ କିପରି ଫ୍ରିଜ୍ ପଛରେ ଲୁଚି ରହିଛି ଏବଂ ଫଣା ଟେକି ଗର୍ଜନ କରୁଛି। ଭିଡିଓ କ୍ୟାପ୍ସନରେ ଲେଖାହୋଇଛି, ‘‘ଫ୍ରିଜ୍ ପଛରେ ଲୁଚିଥିଲା ଭୟଙ୍କର ଅହରାଜ ସାପ।’’ ଭିଡିଓରେ ଦେଖିବାକୁ ମିଳିଛି ଯେ, ଫ୍ରିଜ୍‌ ପଛରୁ ଅହିରାଜକୁ ବାହାର କରିବାକୁ ଚେଷ୍ଟା କରାଯାଉଛି, କିନ୍ତୁ ସେ ବାରମ୍ବାର ଫଣା ଟେକି ଗର୍ଜନ କରି ଖସିବାକୁ ଚେଷ୍ଟା କରୁଛି। ଅନେକ ଥର ଇଣ୍ଟରନେଟ୍‌ରେ ଏହିପରି ଭିଡିଓ ଦେଖିବାକୁ ମିଳୁଛି, ଯେଉଁଥିରେ ସରିଶୃପମାନେ କେତେବେଳେ ଘର ଭିତରେ, ତ ଆଉ କେତେବେଳେ ହେଲମେଟ୍‌, ଗାଡ଼ି କିମ୍ବା କାନ୍ଥ ଭିତରେ ଲୁଚି ରହୁଛନ୍ତି, ଯାହାକୁ କାଢିବା କଷ୍ଟକର ହୋଇପଡ଼େ। ସାପର ଏହି ଭୟାନକ ଭିଡିଓକୁ ଲକ୍ଷାଧିକ ଲୋକ ଲାଇକ୍ କରି ସାରିଛନ୍ତି। ୟୁଜର ଭିଡିଓକୁ ନେଇ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories