www.samajalive.in
Sunday, December 14, 2025
16.1 C
Bhubaneswar

ଝିଅଙ୍କ ବିବାହର ସର୍ବନିମ୍ନ ବୟସ ୯ ବର୍ଷ କରିବାକୁ ପ୍ରସ୍ତାବ, ସଂସଦରେ ଆଗତ ହେଲା ବିଲ୍‌

ସମାଜ ଡିଜିଟାଲ ଡେସ୍କ: ଇରାକ ସଂସଦରେ ଝିଅଙ୍କ ବିବାହ ବୟସକୁ ନେଇ ଏକ ବିଧେୟକ ଉପସ୍ଥାପନ କରାଯାଇଛି। ଯଦି ସଂସଦରେ ଏହି ବିଲ୍‌ ପାରିତ ହୁଏ, ତେବେ ସେଠାରେ ୯ ବର୍ଷର ଝିଅଙ୍କ ବିବାହକୁ ବୈଧ ବୋଲି ଧରାଯିବ। ବର୍ତ୍ତମାନ ଦେଶରେ ଝିଅଙ୍କ ବିବାହର ସର୍ବନିମ୍ନ ବୟସ ୧୮ ବର୍ଷ ଥିବାବେଳେ ଏଥିରେ ସଂଶୋଧନ କରାଯାଇ ୯ ବର୍ଷ କରିବା ନେଇ ଏହି ବିଧେୟକରେ ଉଲ୍ଲେଖ ରହିଛି। ଏହି ବିଲ୍‌କୁ ଇରାକର ମହିଳା ଏବଂ ବହୁ ମାନବାଧିକାର ସଂଗଠନ ତୀବ୍ର ବିରୋଧ କରିଛନ୍ତି। ଏହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

- Advertisement -

ମିଳିଥିବା ସୂଚନା ଅନୁସାରେ, ପର୍ସନାଲ ଷ୍ଟାଟସ୍ ଲ’ ୧୯୫୯ର ନିୟମ ୧୮୮ରେ ପରିବର୍ତ୍ତନ ପାଇଁ ଆଲୋଚନା ହେଉଛି। ଏଠାରେ ଉଲ୍ଲେଖଯୋଗ୍ୟ, ଅବଦୁଲ କରିମ କାସୀମ ସରକାରଙ୍କ ସମୟରେ ପର୍ସନାଲ ଷ୍ଟାଟସ୍ ଲ’ ୧୯୫୯ ତିଆରି କରାଯାଇଥିଲା। ଏହି ନିୟମକୁ ପ୍ରଶଂସା କରାଯାଇଥିଲା, ଯେଉଁଥିରେ ଝିଅମାନଙ୍କ ବିବାହର ସର୍ବନିମ୍ନ ବୟସ ୧୮ ବର୍ଷ କରାଯାଇଥିଲା।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories