www.samajalive.in
Sunday, December 7, 2025
14.1 C
Bhubaneswar

ଭାଇ ଦୁଜ୍‍ ଏବଂ ଯମ ଦ୍ୱିତୀୟା ସହ ଜଡ଼ିତ ପୌରାଣିକ କଥା

କାର୍ତ୍ତିକ ମାସର ଶୁକ୍ଳପକ୍ଷ ଦ୍ୱିତୀୟା ତିଥିକୁ ଭାଇ ଦୂଜ ବା ଯମ ଦ୍ୱିତୀୟା ଭାବରେ ପାଳନ କରାଯାଏ। ଏହି ପର୍ବ ଭାଇ- ଭଉଣୀଙ୍କର ସ୍ନେହର ଏବଂ ପ୍ରେମର ପ୍ରତୀକ ଅଟେ। କାର୍ତ୍ତିକ ମାସର ଶୁକ୍ଳପକ୍ଷ ଦ୍ୱିତୀୟା ତିଥିକୁ ଯମ ଦ୍ୱିତୀୟା ଏବଂ ଭାଇ ଦୂଜ କୁହାଯାଇଥାଏ। ବିଭିନ୍ନ ପର୍ବପର୍ବାଣୀ ନିଜର ସ୍ୱତନ୍ତ୍ରତା ଓ ପୌରାଣିକ କଥା ହେତୁ ଏହାର ମହତ୍ତ୍ୱ ଦୁଇ ଗୁଣିତ ହୋଇଯାଏ। ଏହି ପର୍ବ ସହ ଏକ ହୃଦୟସ୍ପର୍ଶୀ କଥା ରହିଛି….
ମାନ୍ୟତା ରହିଛି ଯେ, ଏହି ଭାଇ ଦୂଜ ଦିନ ସୂର୍ଯ୍ୟ ପୁତ୍ର ଯମ ନିଜ ଭଉଣୀ ଯମୁନାଙ୍କର ଘରକୁ ଯାଇ ଭୋଜନ କରି ଉପହାର ଦେଇଥିଲେ। ସେବେ ଠାରୁ ଏହି ପର୍ବକୁ ଯମ ଦ୍ୱିତୀୟା ଏବଂ ଭାଇଦୁଜ ରୂପରେ ପାଳନ କରାଯାଏ। ଏହି ଦିନରେ ଯମଦେବତାଙ୍କ ପୂଜା ପରେ ଯମୁନାଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ।
ଏହା ସହ ଏହି ଦିନ ଯମୁନାରେ ସ୍ନାନ କରିବାର ବିଶେଷ ମହତ୍ତ୍ୱ ରହିଛି ବୋଲି କୁହାଯାଇଥାଏ। ଏହି ଦିନରେ ଯେଉଁ ଭାଇ ନିଜ ଭଉଣୀର ଆତିଥ୍ୟ ଗ୍ରହଣ କରିଥାଆନ୍ତି ,ସେମାନଙ୍କୁ ଯମରାଜାଙ୍କ ଭୟ ନଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଯମରାଜ ନିଜ ଭଉଣୀଙ୍କୁ ଖୁବ ସ୍ନେହ କରୁଥିଲେ। କିନ୍ତୁ କର୍ମର ବ୍ୟସ୍ତତା ହେତୁ ସେ ନିଜ ଭଉଣୀ ନିକଟକୁ ଯାଇପାରୁ ନଥିଲେ। ଏକଦା ନିଜ ଭଉଣୀର ସନ୍ଦେସ ପାଇ ଯମରାଜା ତାଙ୍କୁ ସାକ୍ଷାତ କରିବାକୁ ଗଲେ। ଯମୁନା ମଧ୍ୟ ନିଜ ଭାଇଙ୍କୁ ଦେଖି ଖୁବ ଖୁସି ହୋଇଗଲେ। ସେ ବିଭିନ୍ନ ପ୍ରକାରର ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତ କଲେ। ଭଉଣୀର ଆଦର ଓ ସ୍ନେହ ଦେଖି ଯମରାଜା ପ୍ରସନ୍ନ ହୋଇଗଲେ ଏବଂ ଭଉଣୀ ଠାରୁ ବିଦାୟ ନେବା ସମୟରେ ବର ପ୍ରାର୍ଥନା କରିବାକୁ କହିଲେ।
ତେଣୁ ଯମୁନା ଯମରାଜାଙ୍କୁ ବର ପ୍ରାର୍ଥନା କଲେ କି ଯେ କେହି ମୋ ଜଳରେ ସ୍ନାନ କରେ କିମ୍ବା ଏହି ଦିନରେ ଯେଉଁ ଭଉଣୀ ନିଜ ଭାଇର ଆଦର ସତ୍କାର କରେ, ଟିକା ଲଗାଏ, ତାହାକୁ ଯମଦଣ୍ଡ ମିଳିବା ନାହିଁ।
ଏହିଭଳି ଭାବେ ଏହି ଯମ ଦ୍ୱିତୀୟା ପର୍ବର ଆରମ୍ଭ ହେଲା।
ଶାସ୍ତ୍ରରେ ମାନ୍ୟତା ରହିଛି ଏହି ଭାଈଦୁଜରେ ଯେଉଁ ଭଉଣୀ ନିଜ ହାତରେ ଭୋଜନ ପ୍ରସ୍ତୁତ କରି ଭାଇକୁ ଭୋଜନ କରାଇବ ତଥା ଯେଉଁ ଭାଇ ଭଉଣୀର ଆତିଥ୍ୟ ସ୍ୱୀକାର କରିବ ତାର ଆୟୁ ବୃଦ୍ଧି ହୋଇଥାଏ। ତେଣୁ ଏହି ପର୍ବର ବିଧି ଅନୁଯାୟୀ ଏହି ଦିନରେ ଭଉଣୀ ନିଜ ଭାଇକୁ ଟିକା ଲଗାଇ , ଭୋଜନ ପ୍ରସ୍ତୁତ କରି ଖୁଆଇବା ଅତ୍ୟନ୍ତ ଶୁଭ ହୋଇଥାଏ।

ଆଲେଖ୍ୟ ସସ୍ମିତା ମହାନ୍ତି

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories