ପୁଲୱମା ସହୀଦ ପରିବାରଙ୍କୁ ୧୧୦ କୋଟି ସାହାଯ୍ୟ ପାଇଁ ଇଛା ପ୍ରକାଶ କଲେ ଦୃଷ୍ଟି ବାଧିତ ବୈଜ୍ଞାନିକ

ମୁମ୍ବାଇ: ରାଜସ୍ଥାନ କୋଟା ନିବାସୀ ୪୪ ବର୍ଷୀୟ ବୈଜ୍ଞାନିକ ମୂର୍ତ୍ତଜା ଏ ଅହମ୍ମଦ ପୁଲୱମା ଆତଙ୍କବାଦୀ ଆକ୍ରମଣରେ ସହୀଦ ପରିବାରଙ୍କୁ ୧୧୦ କୋଟି ସାହାଯ୍ୟ କରିବା ପାଇଁ ଇଛା ପ୍ରକାଶ କରିଛନ୍ତି। ମୁମ୍ବାଇରେ ରହୁଥିବା ଦୃଷ୍ଟି ବାଧିତ ବୈଜ୍ଞାନିକ ମୂର୍ତ୍ତଜା ଏ ଅହମ୍ମଦ ଏହି ଅର୍ଥ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ଫଣ୍ଡକୁ ଦାନ କରିବାକୁ ଚାହୁଁଥିବା ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଇ-ମେଲ ମଧ୍ୟ କରିଛନ୍ତି। ସେ ଇ-ମେଲରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଇଛା ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଜନ୍ମରୁ ଦୃଷ୍ଟି ଶକ୍ତି ହରେଇଥିବା ବୈଜ୍ଞାନିକ ମୂର୍ତ୍ତଜା ବାଣିଜ୍ୟ ପାଠ୍ୟକ୍ରମରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ବର୍ତ୍ତମାନ ମୁମ୍ବାଇରେ ସେ ଗବେଷଣା କରୁଛନ୍ତି। ସେ କହିଛନ୍ତି, ‘ଆମ ମାତୃଭୂମି ପାଇଁ ଜୀବନ ବଳି ଦେଉଥିବା ସେନାଙ୍କୁ ସାହାଯ୍ୟ ଓ ସମର୍ଥକ ଦେବାର ମନୋଭାବ ପ୍ରତ୍ୟେକ ନାଗରିକଙ୍କ ମଧ୍ୟରେ ରହିବ ଆବଶ୍ୟକ।’