www.samajalive.in
Sunday, December 7, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ; ରେଳ ଧାରଣାରେ ଶୋଇଲେ ଯୁବକ, ସାମ୍ନାରୁ ମାଡି ଆସିଲା ଟ୍ରେନ୍‌, ଆଉ ତା’ପରେ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପାଇଁ ଅନେକ ସମୟରେ ଯୁବକ ହୁଅନ୍ତୁ ଅଥବା ଯୁବତୀ ନିଜ ଜୀବନକୁ ବିପଦରେ ପକାଇ ଭିଡିଓ କରୁଥିବା ଘଟଣା ସାମ୍ନାକୁ ଆସିଥାଏ । ନିକଟରେ ଏଭଳି ହିଁ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଜଣେ ଯୁବକ ରିଲ୍ସ ନିଶାରେ ରେଳ ଧାରଣାରେ ଶୋଇ ଭିଡିଓ କରୁଥିଲେ।

- Advertisement -

ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଦେଖିପାରିବେ, ଯୁବକ ଜଣକ ନିଜ ଫୋନ୍‌ର କ୍ୟାମେରା ଅନ୍‌ କରି ରେଳ ଧାରଣାରେ ଶୋଇ ରେକଡିଙ୍ଗ୍‌ ଆରମ୍ଭ କରିଛନ୍ତି। କିଛି ସମୟରେ ସାମ୍ନାରୁ ଦ୍ରୁତ ଗତିରେ ଟ୍ରେନ୍‌ ଆସୁଛି। ତାଙ୍କ ଉପର ଦେଇ ଟ୍ରେନ୍‌ ମଧ୍ୟ ପଳାଉଛି। ମାତ୍ର ଆଶ୍ଚର୍ଯ୍ୟଜନକ ଓ ସୌଭାଗ୍ୟବଶତଃ ଯୁବକ ଜଣକ ସୁରକ୍ଷିତ ଥିବା ଦେଖାଯାଉଛି।

୫୦ ବର୍ଷ ପରେ ମାଲବ୍ୟ ରାଜଯୋଗ : ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ହେବେ ଧନୀ, ମିଳିବ ଚାକିରି, କିଣିବେ ଗାଡି..

ଟ୍ରେନ୍‌ ଯିବା ପରେ ଯୁବକ ଉଠି ନିଜ ଫୋନ୍‌ ଆଡକୁ ଦେଖୁଛନ୍ତି। ଲୋକେ ଭିଡିଓ ଦେଖିବା ପରେ କ୍ରୋଧ ପ୍ରକାଶ କରିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି। ରେଲୱେ ପ୍ରଶାସନ ଓ ପୁଲିସ ଏଭଳି ଭିଡିଓ ନକରିବା ପାଇଁ ବାରମ୍ବାର ତାଗିଦ୍‌ କରିବା ପରେ ମଧ୍ୟ ରିଲ୍ସ ନିଶାରେ ଏଭଳି କରୁଥିବା ଘଟଣା ବାରମ୍ବାର ସାମ୍ନାକୁ ଆସୁଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories