www.samajalive.in
Saturday, December 6, 2025
26.1 C
Bhubaneswar

୧୮ରେ ଇଷ୍ଟ କୋଷ୍ଟ ରେଳୱେ ଶ୍ରମିକ ସଂଘର ଆନ୍ଦୋଳନ ଚେତାବନୀ

ସମ୍ବଲପୁର: ଭାରତୀୟ ରେଳବାଇରେ କାର୍ଯ୍ୟରତ ରନିଂ ଷ୍ଟାପ ଓ ବିଭିନ୍ନ ରେଳ କର୍ମଚାରୀ ମାନଙ୍କର ୭ ଦଫିଆ ଦାବି ପୁରଣ ଆଗାମୀ ୧୮ ତାରିଖ ସୁଦ୍ଧା ନ ହେଲେ ୪୮ ଘଣ୍ଟିଆ ଅନଶନ କରାଯିବ ବୋଲି ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ସଂଘ ତରଫରୁ ଚେତାବନୀ ଦିଆଯାଇଛି। ଏହି ମର୍ମରେ ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର ମଣ୍ଡଳ ସଂଯୋଜକ ମହମ୍ମଦ ରଫି ଅହମଦ ଯୋଗ ଦେଇ ସୁଚନା ଦେଇଛନ୍ତି ଯେ, ସଂଘ ତରଫରୁ ୭ ଦଫିଆ ଦାବି ବାରମ୍ବାର କରାଯାଇ ଆସୁଛି। ସଂଘ ପକ୍ଷରୁ ସର୍ବନିମ୍ନ ମଜୁରୀ କିଲୋମିଟର ହିସାବରେ ପ୍ରଦାନ, ୯ ଘଣ୍ଟିଆ ଡ୍ୟୁଟି, ରେଷ୍ଟ ରୁମର ବ୍ୟବସ୍ଥା, ୪ ଦିନ ଏକକାଳୀନ ରାତ୍ରିକାଳିନ ଡ୍ୟୁଟି ପରେ ବିରାମ, ଅନାଧିକୃତ ଡ୍ୟୁଟି ସଂକୋଚନ ଉପରେ ରୋକ, ଲାଇନ ବକ୍ସ ବ୍ୟବସ୍ଥାକୁ ବନ୍ଦ କରିବା ଏବଂ ଟିଏମଆର ପାଇଁ ବ୍ୟବସ୍ଥା ପାଇଁ ଦାବି ଜାତୀୟସ୍ତରରେ କରାଯାଇ ଆସୁଛି। କିନ୍ତୁ ଏ ପର୍ଯ୍ୟନ୍ତ ଦାବି ଗୁଡିକ ପୁରଣ ହୋଇ ନାହିଁ। ଏଣୁ ଆଗାମୀ ୧୮ ତାରିଖ ସୁଦ୍ଧା ଦାବି ପୁରଣ ନ ହୁଏ ତାହା ହେଲେ ସମ୍ବଲପୁର ରେଳ ଷ୍ଟେସନ ଓ ଟିଟିଲାଗଡ଼଼ ରେଳ ଷ୍ଟେସନରେ ସଂଘ ତରଫରୁ ୪୮ ଘଣ୍ଟିଆ ଅନଶନ କରାଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଆଲୋକ ମିଶ୍ର, ବିଜୟ ମିଶ୍ର, ସୁଶୀଲ ପାଲ ଓ ଆଲୋକ ରଞ୍ଜନ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories