www.samajalive.in
Saturday, December 6, 2025
16.1 C
Bhubaneswar

ସମ୍ବଲପୁରୀ ଢ଼ୋଲ ନିସାନର ତାଳରେ ହନୁମାନ ଚାଳିଶା ଭଜନ ଉଦଘାଟିତ

ସମ୍ବଲପୁର: ଏମପ୍ରେରିଅର ମ୍ୟୁଜିକ୍ ଷ୍ଟୁଡିଓ ତରଫରୁ ପ୍ରଥମ ଥର ପାଇଁ ହନୁମାନ ଚାଲିଶା ସମ୍ବଲପୁରି ଢୋଲ, ନିସାନ, ତାସାର ତାଳକୁ ନେଇ ଗୀତ ତିଆରି କରାଯାଇଛି। ଗୀତକୁ ଲେଖିଛନ୍ତି ତୁଲସୀ ଦାସ। ଗୀତକୁ ସଂଗୀତରେ ସଜେଇଛନ୍ତି ରାହୁଲ କୁମାର। କଣ୍ଠ ପ୍ରଦାନ ଦିଲିପ ବାଗ, ରାହୁଲ କୁମାର, ସୂର୍ଯ୍ୟ ପ୍ରକାଶ ଗୁରୁ, ରାହୁଲ କୁମାର, ଅରୁନ ରାଜହନ୍ସ, ଖୁସୀରାମ ଛତ୍ରିଆ, ରାଜ କୁମାର ଜାଲ୍, ସ୍ବୟଂଜୀତ ପଟ୍ଟନାୟକ। ବାଦ୍ୟରେ ପିଣ୍ଟୁ ନାଏକ, ଓଶ ନିତିସ ଗୁରୁ ଓ ପୋଷ୍ଟର ଡିଜାଇନରେ ନିଖିଲ ବେରିହା କରିଛନ୍ତି ଗୀତ ପ୍ରଯୋଜକରେ ଇଂ ଅରୁନ ତରିଆ ଓ ସହପ୍ରଯୋଜକ ଭାବରେ ବିଶ୍ବରାଜ ଭୋଇ ରହିଛନ୍ତି। ଏହି ଗୀତକୁ ଭିଡିଓ ମାଧ୍ୟମରେ ରିଲିଜ କରାଯାଇଛି। ଭିଡିଓର ନିଦ୍ଦେର୍ଶ ଦେଇଛନ୍ତି ସମ୍ବଲପୁର ଜଣାଶୁଣା ହାସ୍ୟ କଳାକାର ଯୋଗେସ ଯୋଯୋ ଓ ଭିଡିଓ ରେ ମୁଖ୍ୟ ଭୁମିକା ମଧ୍ୟ ସେ ନିଜେ ନେଇଛନ୍ତି। ନୃତ୍ୟରେ ଅଭୟ ପ୍ରଧାନ, ସୁଭମ ସାହୁ, ଶୁସୄତ ପାଢି, ସୁଭମ ମାହାରଣା, ଧରଣି ଧର ନାଥ ଓ ସନ୍ତୋଷ ବେହେରା ରହିଛନ୍ତି। କ୍ୟାମେରାରେ ଭିଡିଓକୁ ଉତ୍ତୋଳନ କରିଛନ୍ତି ବିଣାପାଣି ଏଚଡି। ଭିଡିଓ ପ୍ରଯୋଜକ ଭାବରେ ସମ୍ବଲପୁର ଜଣାଶୁଣା ସମାଜସେବି ତଥା ସମ୍ବଲପୁର ପୁର୍ବତନ ଉପ ନଗର ପାଳ ସିଦ୍ଧାର୍ଥ ସାହା ସହଯୋଗ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories