www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ଏହି ରାଶିର ଲୋକଙ୍କ ମନ ଖୁସି ରହିବ, ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି

ମେଷ: ଅଧିକ ଧନ ପ୍ରାପ୍ତି ପାଇଁ ପୁଞ୍ଜିନିବେଶ କରିପାରନ୍ତି। ପୋଷାକ, ପରିଚ୍ଛେଦ ଓ ମିଷ୍ଟାନ୍ନ ଭୋଜନ ପାଇଁ ଅଧିକ ବ୍ୟୟ କରିବାକୁ କୁଣ୍ଠା ପ୍ରକାଶ କରିବେ ନାହିଁ। ଚତୁଷ୍ପଦ ପ୍ରାଣୀ କ୍ରୟ କରି ଖର୍ଚ୍ଚାନ୍ତ ହେବେ।
ବୃଷ: ପତ୍ନୀଙ୍କ ସଞ୍ଚୟ ଅର୍ଥରୁ ଧନ ଆହରଣ କରି ସତ୍‌କର୍ମରେ ବ୍ୟୟ କରିପାରନ୍ତି। ସଜ୍ଜନମାନଙ୍କଠାରୁ ଧନ ମିଳିପାରେ। କୃଷି କର୍ମରୁ ଲାଭବାନ୍‌ ହେବେ। ସତ୍‌କ୍ରିୟାରୁ ମଧ୍ୟ ଧନ ପ୍ରାପ୍ତ ହୋଇପାରେ।
ମିଥୁନ: ସ୍ବକର୍ମ ଉପରେ ପ୍ରାଧାନ୍ୟ ଦେବେ। କୀର୍ତ୍ତିମାନ୍‌ ହେବାର ସୂଚନା ମିଳୁଛି। ବ୍ରାହ୍ମଣମାନଙ୍କର ପ୍ରିୟପାତ୍ର ହୋଇପାରନ୍ତି। ସୂର୍ଯ୍ୟ ରଶ୍ମି ପରି ତେଜୀୟାନ୍‌ ହେବେ। କୃଷିକୁ ବୃତ୍ତିଭାବେ ଗ୍ରହଣ କରିପାରନ୍ତି। କର୍କଟ: ନାନା ବ୍ରତ ଆଚରଣ କରି ଧର୍ମୀୟ ଭାବନା ସମ୍ପନ୍ନ ହେବେ। ଧର୍ମୀୟ ଉପାସକ ହେବାର ସୂଚନା ମିଳୁଛି। ଧର୍ମନୀତି ପାଳନରେ ଆଗ୍ରହୀ ହେବେ। ତୀର୍ଥାଶ୍ରୟୀ ହେବେ। ସେବା କାର୍ଯ୍ୟରେ ନିୟୋଜିତ ହେବେ।
ସିଂହ: ଭୁଜୟାଦି ସରୀସୃପଙ୍କ ଉପରେ ବିଶେଷ ନଜର ରଖିବାକୁ ପଡ଼ିବ। ସଙ୍ଗ ଥିବା ପ୍ରାଣୀମାନଙ୍କଠାରୁ ବ୍ୟବଧାନ ରଖିବାକୁ ପଡ଼ିବ। ବିଶେଷକରି ଚୋରଙ୍କ ଗତିବିଧି ଉପରେ ନଜର ରଖିବାକୁ ପଡ଼ିବ।

କନ୍ୟା:  ଅପରୂପ ଶୋଭା, ସୌନ୍ଦର୍ଯ୍ୟସମ୍ପନ୍ନ ପତ୍ନୀଙ୍କ ସାହାଚର୍ଯ୍ୟ ଲାଭ କରିପାରନ୍ତି। ସ୍ତ୍ରୀ ପୁତ୍ରହୀନ ହେଲେ ବି ସୌଭାଗ୍ୟବତୀ, ଧନପ୍ରିୟ ହେବେ। ବିଜୟୀ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ପ୍ରଗଳ୍‌ଭା ହେବା ଆଶା କରାଯାଏ।
ତୁଳା: ଧନ ହେତୁ ଶତ୍ରୁତା ଲାଗି ରହିପାରେ। ଶତ୍ରୁମାନେ ଆପଣଙ୍କ ସରଳତାର ସୁଯୋଗ ନେଇପାରନ୍ତି। ବହୁ ସଂସ୍ଥାର କାର୍ଯ୍ୟକର୍ତ୍ତାଭାବେ ଲୋକଙ୍କ ଦ୍ବାରା ମନୋନୀତ ହେବେ। ବନ୍ଧୁପ୍ରିୟ ହେବେ।
ବିଛା: ସନ୍ତାନମାନେ ଭୋଗୀ, ବିଳାସୀ ଓ କର୍ମଶୀଳ ହେବେ। ସୁଶୀଳ ହେବାର ଶିକ୍ଷାଦୀକ୍ଷାରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି। ବିଭିନ୍ନ ସ୍ତରରୁ ଧନ ପ୍ରାପ୍ତିର ସୌଭାଗ ଅଛି। ପ୍ରଣୟୀ ସ୍ବକୁଳ ଧର୍ମରେ ଅନୁରକ୍ତ ହେବେ।
ଧନୁ: ସଂଗ୍ରାମୀ ମନୋବୃତ୍ତିର ହୋଇପାରନ୍ତି। ଯେକୌଣସି ସଂସ୍ଥାରେ ଚାକିରି କ୍ଷେତ୍ରରୁ ଧନ ପ୍ରାପ୍ତ ହେବାର ଗତାନୁଗତିକ ନୀତି ନିୟମ ବନ୍ଧା ହୋଇ ରହିଛି। ପ୍ରିୟ ଭାଷା କହି ଏପରିକି ପ୍ରବଚନ ଦେଇ ଧନ ପ୍ରାପ୍ତ ହେବେ।
ମକର: ସ୍ବାର୍ଥ ହାସଲ ପାଇଁ ଶତ୍ରୁ ସହ ମିତ୍ରତା ସ୍ଥାପନ କରିପାରନ୍ତି। ଧନଯୁକ୍ତ ହୋଇ ମଧ୍ୟ ଗରିବର ଭାବଭଙ୍ଗୀ ପ୍ରକାଶ କରିବେ। ଭ୍ରାତୃ ସ୍ନେହର ଆବଦ୍ଧ ରହିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। କୁମ୍ଭ: ଫଳ, ପୁଷ୍ପ ବ୍ୟବସାୟରୁ ଧନ ପ୍ରାପ୍ତ ହେବେ। ଜନସାଧାରଣଙ୍କୁ ତଥା ତୁଷାର୍ତ୍ତଙ୍କୁ ଜଳ ଯୋଗାଣ କରି ଧର୍ମ ରୂପକ ଧନ ଅର୍ଜନ କରିପାରନ୍ତି। ସାଧୁ ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ।
ମୀନ: ପୌଷ୍ଟିକ କର୍ମରୁ ଧର୍ମ ଅର୍ଜନ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। ବିଭିନ୍ନ ମଙ୍ଗଳମୟ କର୍ମ କରି ଅଯାଚିତ ଧନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ବ୍ୟବସାୟ ଲାଭପ୍ରଦ ହେବ। ସୁଖୀ ଜୀବନ ବିତାଇବେ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories