www.samajalive.in
Sunday, December 14, 2025
17.1 C
Bhubaneswar

୯ ସାଇବର ଠକଙ୍କୁ ଗିରଫ କଲା ପୁଲିସ; ୧ କୋଟିରୁ ଅଧିକ ଟଙ୍କା ଜବତ

ରାଉରକେଲା : ରାଉରକେଲା ପୁଲିସକୁ ମିଳିଛି ଏକ ବଡ ସଫଳତା । ବୁଧବାର ପୁଲିସ ହାତରେ ଧରାପଡିଛନ୍ତି ବଡ ସାଇବର ଠକେଇ ଗ୍ୟାଙ୍ଗ୍‌। ଓଡିଶା-ଛତିଶଗଡରୁ ଗ୍ୟାଙ୍ଗ୍‌ର ୯ ଜଣଙ୍କୁ ପୁଲିସ ଗିରଫ କରିଛି । ଏମାନେ ଦେଶ ଓ ଦେଶ ବାହାରେ ମଧ୍ୟ ସାଇବର ଠକେଇ କରୁଥିଲେ । ୟୁଏଇରେ ସାଇବର ଠକେଇର ମାଷ୍ଟରମାଇଣ୍ଡ୍‌ ଲୁଚି ବସିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ରାଉକେଲାରେ ୨ଟି ଅଫିସ୍‌ କରି ଲୋକଙ୍କୁ ଏମାନେ ଚୂନ ଲଗାଉଥିଲେ । ସେମାନଙ୍କ ନିକଟରୁ ୩୧ ମୋବାଇଲ୍‌, ୫ ଲାପ୍‌ଟପ୍‌, ୭୮ ବ୍ୟାଙ୍କ ଏଟିଏମ କାର୍ଡ, ପାସ୍‌ବୁକ୍‌, ସିମ୍‌ କାର୍ଡ, ପେନ୍‌ ଡ୍ରାଇଭ୍‌, ୨ଟି ଗାଡି ଜବତ ହୋଇଛି । ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ୧ କୋଟି ୪୧ ଲକ୍ଷ ଟଙ୍କା ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ସ୍ଥାନରେ ପ୍ରାୟ ୨୭ଟି ମାମଲା ରହିଛି । ଏନେଇ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କ ପକ୍ଷରୁ ସୂଚନା ମିଳିଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

୫୦ ବର୍ଷ ପରେ ମାଲବ୍ୟ ରାଜଯୋଗ : ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ହେବେ ଧନୀ, ମିଳିବ ଚାକିରି, କିଣିବେ ଗାଡି..

ବାସ୍ତୁ.. ଏହି ଦିଗକୁ ମୁଣ୍ଡ କରି ଶୋଇଲେ : ଲାଗି ରହେ ରୋଗ, ଧନର ଅଭାବ, କରଜ, ଘରେ ଅଶାନ୍ତି..

- Advertisement -

ଦେଶର ମହଙ୍ଗା ଆଇସକ୍ରିମ୍‌ ; ଏମିତି ହୁଏ ତିଆରି, ଜାଣନ୍ତୁ କେତେ ଦାମ୍‌

https://samajalive.in/tiger-and-dog-video/649658.html

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories