www.samajalive.in
Sunday, December 7, 2025
13.1 C
Bhubaneswar

ନକଲି ଡାକ୍ତର ନେଲା ୭ଜଣଙ୍କ ଜୀବନ

ଇମ୍ଫାଲ: ନକଲି ଡାକ୍ତରୀ ଡିଗ୍ରୀ ଦେଖାଇ ଡାକ୍ତର ଭାବେ ଦାମୋହ ଜିଲ୍ଲାର ଏକ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ନକଲି ଡାକ୍ତରଙ୍କ ଯୋଗୁଁ ସେହି ହସ୍ପିଟାଲରେ ଅତି କମରେ ୭ଜଣଙ୍କ ମୃତ୍ୟୁ ହୋଇଥିଲା। ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ମଧ୍ୟପ୍ରଦେଶର ଦାମୋହ ଜିଲାର ଏହି ହସ୍ପିଟାଲରେ ସାତ ଜଣଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ କରିଥିଲେ। ତେବେ ୭ଜଣଙ୍କ ମୃତ୍ୟୁ ପାଇଁ ନକଲି ଡାକ୍ତରୀ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଡାକ୍ତରଙ୍କୁ ଦାୟୀ କରାଯାଥିଲା ଏବଂ ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ସହ ଅଭିଯୋଗ କରାଯାଇଥିଲା। ଅଭିଯୋଗ ମିଳିବା ପରେ ମଧ୍ୟ ପ୍ରଦେଶ ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ନକଲି ଡାକ୍ତରଙ୍କ ନାମ  ନରେନ୍ଦ୍ର ଜନ୍ କ୍ୟାମ୍ ବୋଲି ପୁଲିସ ସୂଚନା ଦେଇଛି।

ପୁଲିସ ନରେନ୍ଦ୍ର ଜନ୍ କ୍ୟାମଙ୍କ  ବିରୁଦ୍ଧରେ ମାମଲା ରୁଜୁ ସହ ତାଙ୍କୁ ଗିରଫ କରିଛି। ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ର ଧାରା ୩୧୮ (ପ୍ରତାରଣା), ୩୩୮ (ମୂଲ୍ୟବାନ ସିକ୍ୟୁରିଟିଜ୍, ଇଚ୍ଛାପତ୍ର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟର ଜାଲିଆତି), ୩୩୬ (ଜାଲିଆତି, ବିଶେଷ ଭାବରେ ଡକ୍ୟୁମେଣ୍ଟ କିମ୍ବା ଇଲେକ୍ଟ୍ରୋନିକ୍ ରେକର୍ଡ ତିଆରି କିମ୍ବା ପରିବର୍ତ୍ତନ କରିବା) ଏବଂ ୩୪୦(୨) (ପ୍ରକୃତ ଭାବରେ ଏକ ଜାଲିଆତି ଡକ୍ୟୁମେଣ୍ଟ କିମ୍ବା ଇଲେକ୍ଟ୍ରୋନିକ୍ ରେକର୍ଡ ବ୍ୟବହାର କରିବା)  ଅଭିଯୋଗରେ ନରେନ୍ଦ୍ର ଜନ୍ କ୍ୟାମଙ୍କ ନାମରେ ମାମଲା ରୁଜୁ ହୋଇଛି ବୋଲି ପୁଲିସ ସୂଚନା ଦେଇଛି।

- Advertisement -

ଦାମୋହ ପୁଲିସ ଅଧିକ୍ଷକ ଶ୍ରୁତକୀର୍ତି ସୋମବଂଶୀ ପ୍ରୟାଗରାଜ କହିଛନ୍ତି ଯେ ଦାମୋହ ପୁଲିସ ନରେନ୍ଦ୍ର ଜନ୍ କ୍ୟାମଙ୍କୁ ପ୍ରୟାଗରାଜର ଦ୍ରୋଣ ଓମାକ୍ସ ଟାଉନସିପରୁ ଗିରଫ କରିଛି। ଏହି ନକଲି ଡାକ୍ତରଙ୍କର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପଳାଇଯିବାର ଅଭ୍ୟାସ ଥିଲା। । ସେଥିପାଇଁ ଏଫଆଇଆର ପଞ୍ଜିକରଣ ପରେ ସାଇବର ଟିମ ସହାୟତା ନିଆଯାଇଥିଲା।

ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ମଧ୍ୟପ୍ରଦେଶର ଦାମୋହ ଜିଲାର ମିଶନ ହସ୍ପିଟାଲରେ ସାତ ଜଣଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ କରିବାର କିଛି ଦିନ ପରେ ଏହି ଘଟଣା ଘଟିଛି।

ଦାମୋହ ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ ଏମକେ ଜୈନ ଅଭିଯୋଗ କରିଛନ୍ତି ଯେ “ଡକ୍ଟର ନରେନ୍ଦ୍ର ଜନ୍ କ୍ୟାମ୍” ମଧ୍ୟପ୍ରଦେଶ ମେଡିକାଲ୍ କାଉନସିଲରେ ପଞ୍ଜିକରଣ ନକରି ମିଶନ ହସ୍ପିଟାଲରେ ଆଞ୍ଜିଓଗ୍ରାଫି ଏବଂ ଆଞ୍ଜିଓପ୍ଲାଷ୍ଟି କରି ଠକେଇ କରିଛନ୍ତି। ସେମାନେ ଡାକ୍ତରୀ ଡକ୍ୟୁମେଣ୍ଟରେ ଡାକ୍ତର ନରେନ୍ଦ୍ର ଜନ୍ କ୍ୟାମଙ୍କ ପଞ୍ଜିକରଣ ପାଇଲେ ନାହିଁ, ଯାହା  ସନ୍ଦେହଜନକ ମନେହୁଏ। ସେମାନେ ତାଙ୍କ ଡିଗ୍ରୀରେ ଜାଲିଆତି ମଧ୍ୟ ପାଇଲେ ବୋଲି ସେ କହିଛନ୍ତି।
ଜିଲା ପ୍ରଶାସନ ଏବଂ ଏନଏଚଆରସିଦ୍ୱାରା ମୃତ୍ୟୁ ସମ୍ପର୍କରେ ତଦନ୍ତ ଜାରି ରହିଛି ଏବଂ ଫଳାଫଳ ଉପରେ ଆଧାର କରି ମୃତ୍ୟୁ ସହିତ ଜଡିତ ଧାରା ପରେ ଯୋଡା ଯାଇପାରେ ବୋଲି ଏସପି କହିଛନ୍ତି।

ମିଶନ ହସ୍ପିଟାଲର ପ୍ରଭାରୀ ପୁଷ୍ପା ଖାରେ କହିଛନ୍ତି ଯେ ଡାକ୍ତରଙ୍କୁ ଏକ ଏଜେନ୍ସି ମାଧ୍ୟମରେ ନିଯୁକ୍ତି ଦିଆଯାଇଥିଲା। ଆମ ସହିତ ମଧ୍ୟ ଠକେଇ ହୋଇଥିଲା। ଆମେ ତଦନ୍ତରେ ପ୍ରଶାସନକୁ ସମର୍ଥନ କରୁଛୁ। ଡାକ୍ତର ନରେନ୍ଦ୍ର ଜନ୍ କ୍ୟାମ୍ ଉତ୍ତରାଖଣ୍ଡର ଏବଂ ତାଙ୍କୁ ସରକାରୀ ଅନୁମୋଦିତ -ଇଣ୍ଟିଗ୍ରେଟେଡ୍ ୱର୍କଫୋର୍ସ ଇନକ୍ୱାରୀ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ ଏଜେନ୍ସି ମାଧ୍ୟମରେ ନିଯୁକ୍ତି ଦିଆଯାଇଥିଲା। ସେ ଜାନୁଆରୀ ୧ ରେ ଯୋଗ ଦେଇଥିଲେ ଏବଂ କାହାକୁ ନ ଜଣାଇ ଫେବୃଆରୀରେ ଚାଲିଯାଇଥିଲେ ସେ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories