www.samajalive.in
Friday, December 12, 2025
27.1 C
Bhubaneswar

ବରଗଡ଼ ସୀମାରୁ ୨ ପାକ୍‌ ନାଗରିକ ଗିରଫ

ଅମ୍ବାଭୋନା: ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ୍‌ ସୀମାନ୍ତରେ ଥିବା ଛତିଶଗଡ଼ ରାୟଗଡ଼ ଜିଲା କୋଡ଼ାତରାଇରୁ ଦୁଇ ଜଣ ପାକିସ୍ତାନୀ ନାଗରିକଙ୍କୁ ସ୍ଥାନୀୟ ପୁଲିସ ସୋମବାର ଗିରଫ କରିଛି। ଏ ଦୁଇ ଜଣଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ରହିଛନ୍ତି। ସେମାନଙ୍କ ନାମ ଇଫତିଖାର ଶେଖ (୨୯) ଓ ଅାର୍ମିଶ(୨୫) ବୋଲି ଜଣାପଡିଛି।
କୋଡ଼ାତରାଇ ଗାଁର ୟାକୁବ ଶେଖଙ୍କ ଘରେ ତଲାସୀ ବେଳେ ମିଳିଥିବା ଭିସା, ପାସପୋର୍ଟ, ଭୋଟର ପରିଚ଼ୟ ପତ୍ର ଓ ବ୍ୟାଙ୍କ ଜମାଖାତା ଯାଞ୍ଚ କରିବାରୁ ଇଫତିଖାର ଓ ଅାର୍ମିଶ ପାକିସ୍ତାନୀ ନାଗରିକ ବୋଲି ଜଣାପଡିଛି। ସେମାନଙ୍କ ପାସପୋର୍ଟ ଓ ଭିସା ବୈଧ ହୋଇଥିଲେ ମଧ୍ୟ ଦୁଇ ଜଣ ନିର୍ବାଚନ ଆୟୋଗର ଫର୍ମ ନମ୍ବର ୬ରେ ଭୁଲ ତଥ୍ୟ ଦେଇ ଭୋଟର ପରିଚୟ ପତ୍ର ହାସଲ କରିଛନ୍ତି। ତେଣୁ ଇଫତିଖାର ଓ ଅାର୍ମିଶଙ୍କ ବିରୋଧରେ ଜୁଟମିଲ ଥାନାରେ ୧୫୨/୨୦୨୫ ନମ୍ବର ମାମଲା ରୁଜୁ ହୋଇଛି। ଦୁହିଁଙ୍କୁ ଭାରତୀୟ ଦଣ୍ଡବିଧି ଧାରା ୧୯୯, ୨୦୦, ୪୧୯, ୪୬୭, ୪୬୮ ଓ ୩୪ ଅନୁସାରେ ଛତିଶଗଡ଼ ପୁଲିସ ଗିରଫ କରିଛି। ଏ ଦୁଇ ଜଣ କେବେଠାରୁ ଓ କାହିଁକି ଏଠାରେ ରହୁଥିଲେ ସ୍ଥାନୀୟ ପୁଲିସ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇନାହିଁ। ତେ​‌େ​‌ବ ଏ ଦୁଇ ଜଣ ସ୍ବାମୀ-ସ୍ତ୍ରୀ ନୁହନ୍ତି ବୋଲି ସେଠାକାର ପୁଲିସ ସ୍ପଷ୍ଟ କରିଛି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories