www.samajalive.in
Friday, December 12, 2025
19.1 C
Bhubaneswar

ପାକ୍‌ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଶଙ୍କା; ଭାରତ ନିଶ୍ଚିତ ଆକ୍ରମଣ କରିବ

ଇସଲାମାବାଦ: ​‌ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଲାଗି ଭାରତ ପ୍ରସ୍ତୁତ ହେଉଥିବା ଇସଲାମାବାଦ ଆଶଙ୍କା ବ୍ୟକ୍ତ କରିଛି। ସୋମବାର ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ଆଶଙ୍କା କରିଛନ୍ତି ଯେ ଭାରତ ଆମ ଉପରେ ଆକ୍ରମଣ କରିବା ନିଶ୍ଚିତ। ସେ କହିଛନ୍ତି ଯେ ଭାରତର ନିଶ୍ଚିତ ଆକ୍ରମଣକୁ ଦୃଷ୍ଟିରେ ରଖି ଆମେ ଆମର ସୈନ୍ୟବାହିନୀକୁ ପ୍ରସ୍ତୁତ ରଖିଛୁ। ଭାରତ ଯଦି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ଆମର ସୈନ୍ୟ ଏହାର ଜବାବ ଦେବାକୁ ପ୍ରସ୍ତୁତ ରହିଛନ୍ତି। କେବଳ ସେନା ନୁହେଁ ସମଗ୍ର ପାକିସ୍ତାନକୁ ଏବେ ହାଇ ଆଲର୍ଟରେ ରଖାଯାଇଛି। ଆସିଫ୍ କହିଛନ୍ତି ଯେ ଯୁଦ୍ଧ ସମୟରେ ପାକିସ୍ତାନ ଯଦି ଏହାର ସ୍ଥିତିକୁ ନେଇ କୌଣସି ପ୍ରକାର ଆଶଙ୍କା ପ୍ରକାଶ କରେ ତେବେ ଏହା ପରମାଣୁ ଅସ୍ତ୍ର ପ୍ରୟୋଗ କରିବ। ପହଲଗାଓଁ ଆକ୍ରମଣ ପରେ ପାକିସ୍ତାନ
ବିରୋଧରେ ଭାରତ ଅନେକ କୂଟନୈତିକ ପଦକ୍ଷେପ ଗ୍ରହଣ କରିଛି। ଏବେ ସାମରିକ କାର୍ଯ୍ୟାନୁଷ୍ଠାନ ଲାଗି ଭାରତ ଏହାର ଯୋଜନା ଚଳାଇଛି। ଏଥିପାଇଁ ଭାରତର ବାୟୁସେନା, ନୌସେନା ଜୋରଦାର ଅଭ୍ୟାସ ଚଳାଇଛନ୍ତି। ସୀମାରେ ଗାଁ ଗୁଡିକରେ ବଙ୍କରକୁ ପ୍ରସ୍ତୁତ ରଖାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍‌) ଜେନେରାଲ ଅନିଲ ଚୌହ୍ବାନ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ନିୟମିତ ଆଲୋଚନା ଚଳାଇଛନ୍ତି। ଭାରତର ଏହିସବୁ ପ୍ରସ୍ତୁତି ଆଗକୁ ଯୁଦ୍ଧ ନିଶ୍ଚିତ ବୋଲି ସୂଚନା ଦେଉଥିବା ପାକିସ୍ତାନ ଆଶଙ୍କା ପ୍ରକାଶ କରିଛି।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories