www.samajalive.in
Saturday, December 13, 2025
14.1 C
Bhubaneswar

୧୬ ପାକ୍‌ ୟୁଟ୍ୟୁବ୍‌ ଚ୍ୟାନେଲ ନିଷିଦ୍ଧ, ବିବିସିକୁ ଚେତାବନୀ

ନୂଆଦିଲ୍ଲୀ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସମ୍ବେଦନଶୀଳ, ବିଭ୍ରାନ୍ତିକର ଏବଂ ଭାରତ ବିରୋଧୀ ସମ୍ବାଦ ପରିବେଷଣ କରୁଥିବା ଅଭିଯୋଗରେ ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନର ୧୬ଟି ୟୁଟ୍ୟୁବ୍‌ ଚ୍ୟାନେଲକୁ ନିଷିଦ୍ଧ କରାଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସୁପାରିସକୁ ଆଧାର କରି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି। ଏହି ଚ୍ୟାନେଲଗୁଡିକ ମଧ୍ୟରେ ଡନ୍‌, ସମା ଟିଭି, ଏଆରୱାଇ ନ୍ୟୁଜ୍‌, ରଫ୍‌ତାର, ଜିଓ ନ୍ୟୁଜ୍‌, ସୁନୋ ନ୍ୟୁଜ୍‌, ରାଜିନାମା, ବୋଲ୍‌ ନ୍ୟୁଜ୍‌ ଇତ୍ୟାଦି ଅନ୍ତର୍ଭୁକ୍ତ। ଏହି ଚ୍ୟାନେଲଗୁଡିକର ପ୍ରାୟ ୬.୩ କୋଟି ଦର୍ଶକ ଥିବା ଜଣାପଡିଛି। ଏଥିସହିତ ବ୍ରିଟେନ୍‌ର ବିବିସି ଚ୍ୟାନେଲକୁ ମଧ୍ୟ ଚେତାବନୀ ଦିଆଯାଇଛି। ପହଲଗାଓଁ ଆକ୍ରମଣରେ ଆତଙ୍କବାଦୀଙ୍କୁ ବିବିସି ବନ୍ଧୁକଧାରୀ ଦର୍ଶାଇଥିବାରୁ ଏହାକୁ ଭାରତ ଗୁରୁତର ସହ ଗ୍ରହଣ କରିଛି। ଏହାବ୍ୟତୀତ ପାକ୍‌ ସରକାର ଭାରତୀୟଙ୍କ ଭିସା ଖାରଜ କରିଥିବା ନିର୍ଦେଶକୁ ବିବିସି ଏକତରଫା ଭାବେ ପ୍ରସାରଣ କରିଥିବାରୁ ସରକାର କ୍ଷୁବ୍ଧ ହୋଇଛନ୍ତି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories