www.samajalive.in
Monday, December 8, 2025
13.1 C
Bhubaneswar

ଦମ୍ପତିଙ୍କ ମୃତ୍ୟୁକୁ ନେଇ ଗ୍ରାମ କମିଟି ପକ୍ଷରୁ ୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

କାମାକ୍ଷାନଗର: କାମାକ୍ଷାନଗର ସହର ନିକଟବର୍ତ୍ତୀ ୫୩ ନମ୍ବର ଜାତୀୟ ରାଜପଥର ଆଳତୁମା ଵଡଵିଲା ସାହି ଛକ ଠାରେ ଗତ ୨୭ ତାରିଖରେ ଏକ ଦ୍ରୁତଗାମୀ ଟ୍ରକ ଧକ୍କାରେ ଗୁରୁତର ସ୍ଵାମୀ, ସ୍ତ୍ରୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥଲା l ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଏଵଂ ଏନ୍.ଏ.ସି କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ବାରମ୍ବାର ଆଳତୁମା ଗ୍ରାମ ନିକଟସ୍ଥ ଜାତୀୟରାଜପଥରେ ଦୁର୍ଘଟଣା ଘଟୁଛି। ଏହାର ସ୍ଥାୟୀ ନିବାରଣ ପାଇଁ ପୂର୍ବରୁ ଅନେକ ଥର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି କୈାଣସି ସୁଫଳ ମିଳିପାରିନାହିଁ। ଦୁର୍ଘଟଣାକୁ ନେଇ ଏନ୍.ଏ.ସି କର୍ତୃପକ୍ଷ ୭ ଦିନ ଭିତରେ ଦୁର୍ଘଟଣା ଘଟିଥିବା ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ଲାଗାଇବାର ପ୍ରତିଶୃତି ଦେଇଥିଲେ କିନ୍ତୁ ଏପର୍ଯ୍ୟନ୍ତ କୈାଣସି ଲାଇଟ୍ ଲାଗିପାରିନାହିଁ ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଦୁର୍ଘଟଣାକୁ କେନ୍ଦ୍ର କରି ଆଳତୁମା ଗ୍ରାମ କମିଟି ପକ୍ଷରୁ ସଭାପତି ବିଭୂତି ଭୂଷଣ ମହାନ୍ତିଙ୍କ ନେତୃତ୍ୱରେ ଗ୍ରାମ କମିଟିର କର୍ମକର୍ତ୍ତା ସନ୍ତୋଷ କୁମାର ମହାନ୍ତି, ହେମନ୍ତ କୁମାର ଦାସ, ସନ୍ତୋଷ ମହାରଣାଙ୍କ ସମେତ ସମାଜସେବୀ ରଣଞ୍ଜିତ ସାହୁ ପ୍ରମୁଖ ୪ ଦଫା ସମ୍ବଳିତ ଏକ ଦାବିପତ୍ର ଉପ-ଜିଲ୍ଲାପାଳ ଦିନମଣୀ ନାୟକଙ୍କୁ ପ୍ରଦାନ କରିଛନ୍ତି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦମ୍ପତିଙ୍କ ପରିବାରକୁ ଆର୍ଥିକ ସହାୟତା, ଆଳତୁମା ଵଡିଵିଲା ସାହି ଛକ ଠାରେ ଓଭରଵ୍ରିଜ୍, ଟ୍ରାଫିକ୍ ବ୍ୟବସ୍ଥା, ଷ୍ଟ୍ରିଟଲାଇଟ ଲଗାଇଵା ସହ ସର୍ଭିସ୍ ରୋଡର ବ୍ୟବସ୍ଥା କରିଵାକୁ ଦାବିପତ୍ରରେ ଉଲ୍ଲେଖ ରହିଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories