www.samajalive.in
Wednesday, December 10, 2025
15.1 C
Bhubaneswar

ପୁରୀରେ ସାମ୍ବାଦିକଙ୍କୁ ଆକ୍ରମଣର ନିନ୍ଦା, ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର

ଆଠଗଡ: ସଂପ୍ରତି ପୁରୀ ଶ୍ରୀମନ୍ଦିର ପରିସରରେ ଜଣା ମହିଳା ସାମ୍ବାଦିକଙ୍କୁ ସେବାୟତଙ୍କ ଅମାନୁଷିକ ଆକ୍ରମଣ ଘଟଣାକୁ ଆଠଗଡର ଗଣମାଧ୍ୟମ ପ୍ରତିନିଧିମାନେ ତୀବ୍ର ନିନ୍ଦା କରିଛନ୍ତି। ଗତ ଦୁଇଦିନ ପୂର୍ବରୁ ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଲିନୁ ନାୟକଙ୍କୁ କିଛି ମୁଷ୍ଟିମେୟ ସେବାୟତ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲେ। ଘଟଣାର ୩ ଦିନ ପରେ ମଧ୍ୟ ଦୋଷୀ ସେବାୟତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଗଣମାଧ୍ୟମ ପ୍ରତିନିଧି କ୍ଷୋଭ ପ୍ରକାଶ କରିଥିଲେ। ତୁରନ୍ତ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ବରିଷ୍ଠ ସାମ୍ବାଦିକ ସଚ୍ଚିଦାନନ୍ଦ ପଣ୍ଡା, ସୁଧି ରଞ୍ଜନ ଦାଶ, ସତ୍ୟ ପ୍ରସାଦ ରଥ, ନିଳକଣ୍ଠ ଦୋରା, ଅର୍ଦ୍ଧେନ୍ଦୁ ମହାନ୍ତି, ସନ୍ତୋଷ ବାରିକ, ଉପେନ୍ଦ୍ର ବାରିକ, ସୁଶାନ୍ତ ସାହୁ, ଦିଲ୍ଲୀପ ଦାସ, ଶୈଳେନ୍ଦ୍ର ପଟ୍ଟନାୟକ, ପ୍ରକାଶ ସାହୁ, ସ୍ଵରାଜ ପଣ୍ଡାଙ୍କ ସମେତ ଅନ୍ଯ ଗଣମାଧ୍ୟମ ପ୍ରତିନିଧି ଏହି ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଗଣତନ୍ତ୍ର ଚତୁର୍ଥ ସ୍ତମ୍ଭର କଣ୍ଠରୋଧ ଏକ ସୁସ୍ଥ ଗଣତନ୍ତ୍ରର ପରିପନ୍ଥି ବୋଲି ମତବ୍ୟକ୍ତ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories