ଓଡିଆ ପକ୍ଷ ପାଳନରେ ପ୍ରଶାସନ ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର

କାମାକ୍ଷାନଗର: ଓଡ଼ିଆ ପକ୍ଷ ପାଳନ ଅବସରରେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ଗଡଯାତ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କାମାକ୍ଷାନଗର ଉପଜିଲ୍ଲାପାଳଦିନମଣି ନାୟକ ଯୋଗଦେଇ ଉଦ୍ଘାଟନ କରିଥିଲେ। ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ର ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ବହୁ ଯୁବପିଢ଼ି ସ୍ବେଛାକୃତ ଭାବେ ଆସି ରକ୍ତ ଦେଉଥିବାର ଦେଖିବାକୁ ମିଳିଥିବା ବେଳେ ଉପଜିଲ୍ଲାପାଳ, ତହସିଲ, ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ପୂର୍ତ୍ତବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗ ଆଦି କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ରକ୍ତଦାନରେ ସାମିଲ ହୋଇଥିଲେ। ରକ୍ତଦାନ ଶିବରରୁ ୬୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

Comments are closed.