www.samajalive.in
Sunday, December 7, 2025
26.1 C
Bhubaneswar

ଲମ୍ବା ଓ ଘନ କେଶ ପାଇଁ ଘିକୁଆଁରୀ ଓ ମହୁର ବ୍ୟବହାର

ସୁସ୍ଥ ଓ ଲମ୍ବା କେଶ ରଖିବା ସମସ୍ତଙ୍କ ପସନ୍ଦ ଅଟେ। କିନ୍ତୁ ପ୍ରଦୂଷଣ, ଅସ୍ବାସ୍ଥ୍ୟକର ଖାଦ୍ୟପେୟ ଓ ଖରାପ ଜୀବନ ଶୈଳୀ ଯୋଗୁଁ କେଶ ସମସ୍ୟା ଦେଖା ଦେଇଥାଏ। କେଶର ଠିକ ଭାବେ ଦେଖାଶୁଣା ଓ ଯତ୍ନ ନେବା ଉଚିତ। ସୁସ୍ଥ କେଶ ପାଇଁ ଘିକୁଆଁରୀ ଓ ମହୁର ବ୍ୟବହାର କରିପାରିବା। ଏହା ଆପଣଙ୍କ କେଶକୁ ସୁସ୍ଥ ରଖିବା ସହ ପୋଷଣ ଯୋଗାଇଥାଏ। ଘିକୁଆଁରୀ ଓ ମହୁରେ ଥିବା ପୋଷକ ତତ୍ତ୍ବ ରକ୍ତସ୍ତରକୁ ଠିକ ରଖିଥାଏ। ଏହାଦ୍ବାରା କେଶ ଠିକ ଭାବେ ବୃଦ୍ଧି ପାଇଥାଏ।

କେଶ ପାଇଁ ଘିକୁଆଁରୀ ଓ ମହୁର ବ୍ୟବହାର :

- Advertisement -

ପ୍ରଥମେ ଅଧ କପ ଘିକୁଆଁରୀ ରସ ନେଇ ସେଥିରେ ଦୁଇ ଚାମଚ ମହୁ ଓ ଏକ ଚାମଚ ନଡିଆ ତେଲ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ଏକ ପାତ୍ରରେ ବନ୍ଦ କରି କିଛି ସମୟ ରଖନ୍ତୁ। ମିଶ୍ରଣଟିକୁ ମୁଣ୍ଡରେ କେଶର ଶିରାରେ ୫ମିନିଟ ମାଲିସ କରନ୍ତୁ। ମାଲିସ କରିବା ପରେ ୩୦ମିନିଟ ପର୍ଯ୍ୟନ୍ତ କେଶକୁ ଖୋଲା ଛାଡି ଦିଅନ୍ତୁ। ନିର୍ଦ୍ଧାରିତ ସମୟ ପରେ ସାମ୍ପ୍ୟୁ ଲଗାଇ ଭଲ ଭାବେ କେଶ ସଫା କରି ଧୋଇ ଦିଅନ୍ତୁ।

ମହୁ ଓ ଘିକୁଆଁରୀର ମିଶ୍ରଣକୁ ସପ୍ତାହରେ ୩ଥର କେଶରେ ଲଗାନ୍ତୁ। ଏହା ଆପଣଙ୍କ କେଶକୁ ପୋଷଣ ଯୋଗାଇଥାଏ। ଏହାଦ୍ବାରା କେଶ ଠିକ ଭାବେ ବୃଦ୍ଧି ପାଇଥାଏ।

କେଶରେ ଘିକୁଆଁରୀ ଲଗାଇବାର ଲାଭ :

ଘିକୁଆଁରୀରେ ଭିଟାମିନ-ସି ଓ ଏ ରହିଛି। ଏହା କେଶକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଘିକୁଆଁରୀ କେଶର ମୂଳକୁ ଶକ୍ତ କରିଥାଏ। ଏହାସହ କେଶକୁ ବଢିବାରେ ସାହାର୍ଯ୍ୟ କରିଥାଏ।

କେଶରେ ମହୁ ଲଗାଇବାର ଲାଭ :

ମହୁରେ ଅନେକ ପୋଷକ ତତ୍ତ୍ବ ରହିଛି। ଏହା କେଶକୁ ଉଚିତ ପରିମାଣରେ ପୋଷକ ଯୋଗାଇଥାଏ। ଏହାଦ୍ବାରା କେଶ ଶୀଘ୍ର ବଢିବା ସହ ଝଡିବା ସମସ୍ୟା ଦୂର ହୋଇଥାଏ। ଏହା କେଶକୁ ନରମ କରିଥାଏ।

 

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories