www.samajalive.in
Saturday, December 6, 2025
15.1 C
Bhubaneswar

ବାସ୍ତୁ : ନୂଆବର୍ଷରେ ନୂଆ କ୍ୟାଲେଣ୍ଡର ଲଗାଇବା ବେଳେ କରନ୍ତୁ ନାହିଁ ଏହି ଭୁଲ୍‌..

ନୂଆବର୍ଷ ସଭିଁଙ୍କ ପାଇଁ ହସଖୁସି ଆଣୁ ବୋଲି ସଭିଏଁ ଆଶା କରି ଥାଆନ୍ତି । କିଛି ଦିନରେ ହିଁ ଆରମ୍ଭ ହେବାକୁ ଯାଉଛି ନୂଆବର୍ଷ । ନୂଆବର୍ଷ ଭଳି ଶୁଭ ଦିନରେ ଲୋକେ ନୂଆ କାମର ମଧ୍ୟ ଶୁଭାରମ୍ଭ କରି ଥାଆନ୍ତି । କିଛି ଲୋକେ ଏହି ଦିନରେ ନୂଆ ସଂକଳ୍ପ ମଧ୍ୟ ନେଇଥାଆନ୍ତି । ମାନ୍ୟତା ଅନୁସାରେ ନୂଆବର୍ଷରେ ଲୋକେ ନୂଆ କ୍ୟାଲେଣ୍ଡର ନିଶ୍ଚୟ ଘରକୁ ଆଣନ୍ତି । ମାତ୍ର କ୍ୟାଲେଣ୍ଡର ସହ ଜଡିତ କିଛି ବାସ୍ତୁ ଉପାୟ ମଧ୍ୟ ରହିଛି । ବାସ୍ତୁ ଅନୁଯାୟୀ କ୍ୟାଲେଣ୍ଡର ଲଗାଇବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ସହ ସୁଖସମୃଦ୍ଧି ଓ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ । ତେବେ ଜାଣନ୍ତୁ ବାସ୍ତୁ ଅନୁଯାୟୀ କେମିତି ରଖିବେ କ୍ୟାଲେଣ୍ଡର କେଉଁ ନିୟମ ପ୍ରତି ଦେବେ ଧ୍ୟାନ..

ଘରେ ନୂଆ କ୍ୟାଲେଣ୍ଡର ରଖିବା ପୂର୍ବରୁ ପୁରୁଣା କ୍ୟାଲେଣ୍ଡରକୁ ରଖନ୍ତୁ ନାହିଁ । ପୁରୁଣା କ୍ୟାଲେଣ୍ଡର କାଢିବା ପରେ କାନ୍ଥରେ ନୂଆ କ୍ୟାଲେଣ୍ଡର ଟାଙ୍ଗନ୍ତୁ । ପୁରୁଣା କ୍ୟାଲେଣ୍ଡ ଘରେ ରହିଲେ, ଏହା ଉନ୍ନତିରେ ବାଧା ସହ ଜୀବନରେ ଅନେକ ସମସ୍ୟା ଆଣିଥାଏ ।

- Advertisement -

ଘରର ମୁଖ୍ୟ ଦରଜାରେ ଭୁଲ୍‌ରେ ମଧ୍ୟ କ୍ୟାଲେଣ୍ଡର ରଖନ୍ତୁ ନାହିଁ । ଏହାଦ୍ୱାରା ଉନ୍ନତିର ରାସ୍ତା ବନ୍ଦ ହୋଇ ଘରେ ଧନର ଅଭାବ ଲାଗି ରହିଥାଏ । ଯେତେ ରୋଜଗାର କଲେ ମଧ୍ୟ ନିଅଣ୍ଟ ହୋଇଥାଏ ।

୧୨ ବର୍ଷ ପରେ.. ଗଜଲକ୍ଷ୍ମୀ, ଗଜକେସରୀ ରାଜଯୋଗ; ୬ ରାଶି ହେବେ ମାଲାମାଲ୍‌, କିଣିବେ ଜମି, ରାଜାଙ୍କ ଭଳି ମିଳିବ ଜୀବନ..

ନୂଆ କ୍ୟାଲେଣ୍ଡରକୁ କବାଟ ପଛରେ ଲଗାନ୍ତୁ ନାହିଁ । ଏହାକୁ ଅଶୁଭ ବୋଲି ମଧ୍ୟ କୁହାଯାଏ । ଏହାକୁ ସଠିକ୍‌ ଦିଗରେ ହିଁ ଲଗାନ୍ତୁ ।

ଫଟୋ ଥିବା କ୍ୟାଲେଣ୍ଡର ରଖିଲେ, ଧ୍ୟାନ ଦେବେ ସକରାତ୍ମକ ଫଟୋ ଥିବା କ୍ୟାଲେଣ୍ଡର ହିଁ ଲଗାନ୍ତୁ । ଭୁଲ୍‌ରେ ମଧ୍ୟ ହିଂସାତ୍ମକ ଫଟୋ ଥିବା କ୍ୟାଲେଣ୍ଡର ଲଗାନ୍ତୁ ନାହିଁ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories