ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବର୍ଷ ୨୦୨୫ରେ ଗୁରୁ ଓ ଶୁକ୍ର ଏକାଠି ହେବାକୁ ଯାଉଛନ୍ତି । ଏହାସହ ଗୁରୁ ଗ୍ରହ ୩ଟି ରାଶିରେ ମଧ୍ୟ ଚଳନ କରିବେ । ଗୁରୁ ଗ୍ରହ ଗୋଟିଏ ରାଶିରେ ସାଧାରଣତଃ ୧୨ ମାସ ପର୍ଯ୍ୟନ୍ତ ରହି ଥାଆନ୍ତି । ମାତ୍ର ସିଧା ଓ ଓଲଟା ଚଳନ ହେତୁ ୨୦୨୫ରେ ବୃଷ, ମିଥୁନ ଓ କର୍କଟ ରାଶିରେ ରହିବେ । ଫଳରେ ଗଜଲକ୍ଷ୍ମୀ ରାଜଯୋଗ ସହ ଗଜକେସରୀ ଯୋଗ ମଧ୍ୟ ସୃଷ୍ଟି ହେବ । ଏଭଳି ୧୨ ବର୍ଷ ପରେ ହେବାକୁ ଯାଉଛି ବୋଲି କୁହାଯାଉଛି । ଏହି ରାଜଯୋଗ ଫଳରେ ୬ ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ଜାଣନ୍ତୁ କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ..
ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଗଜଲକ୍ଷ୍ମୀ ରାଜଯୋଗ ଫଳରେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ଚାକିରିରେ ପଦନ୍ନୋତିର ଯୋଗ ସହ ଆର୍ଥିକ ସ୍ଥିତି ମଜଭୁତ ହେବ । ପ୍ରତ୍ୟେକ କ୍ଷେତ୍ରରେ ଇଚ୍ଛା ଅନୁଯାୟୀ ସଫଳତା ମିଳିବ ।
ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ । ବ୍ୟବସାୟରେ ଉନ୍ନତି ସହ ନୂଆ ସମ୍ପତ୍ତି କିଣିବାର ଯୋଗ ରହିଛି । ପରିବାରରେ ହସଖୁସି ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ମଧ୍ୟ ଶୁଭଫଳ ମିଳିବ ।
ସିଂହ – ଏହି ରାଶି ବ୍ୟକ୍ତି ବିଶେଷଙ୍କ କର୍ମକ୍ଷେତ୍ରରେ ବଡ ଉପଲବ୍ଧି ହାସଲ କରିବେ । ମାନ-ସମ୍ମାନ ବୃଦ୍ଧି ହେବ । ଅନେକ କ୍ଷେତ୍ରରେ ସଫଳତା ଓ ଶୁଭଫଳ ମିଳିବ ।
ତୁଳା – ବ୍ୟବସାୟୀ ବିଭିନ୍ନ ଦିଗରୁ ଲାଭବାନ୍ ହେବେ । ବଡ ସଫଳତା ମିଳିବ । ଟଙ୍କା ନିବେଶ କରି ଲାଭବାନ୍ ହେବେ । କର୍ମକ୍ଷେତ୍ରରେ ଉନ୍ନତି ହେବ ।
ଧନୁ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଜବରଦସ୍ତ ଲାଭ ମିଳିବ । ବ୍ୟବସାୟରେ ଖୁବ୍ ଉନ୍ନତି ହେବ । ଜୀବନରେ ଉନ୍ନତି ହେବ । ଅନେକ କ୍ଷେତ୍ରରେ ଲାଭ ମିଳିବା ସହ କର୍ମକ୍ଷେତ୍ରରେ ମଧ୍ୟ ସଫଳତା ମିଳିବ ।
ମୀନ – ଏହି ରାଶିଙ୍କ ପାଇଁ ୨୦୨୫ରେ ଗଜଲକ୍ଷ୍ମୀ ରାଜଯୋଗ ଶୁଭ ଓ ଲାଭକାରୀ ହେବ । ଚାକିରି, ବ୍ୟବସାୟରେ ଜଡିତ ଲୋକେ ଆର୍ଥିକ କ୍ଷେତ୍ରରେ ମଜଭୁତ ହେବ । ଧନ-ସମ୍ପତ୍ତି ବୃଦ୍ଧି ହେବ । ମାନସିକ ଶାନ୍ତି ମିଳିବ । ସୁଖ-ସମୃଦ୍ଧି ବୃଦ୍ଧି ହେବ ।



