ପୌଷ ମାସରେ କରନ୍ତୁ ନାହିଁ ଏହି ୨ଟି କାମ..
ଆରମ୍ଭ ହେଲା ପୌଷ ମାସ । ପୌଷ ମାସ ୧୪ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ରହିବ । ଏହି ସମୟରେ ଭଗବାନ ବିଷ୍ଣୁ, ମା’ଲକ୍ଷ୍ମୀ ଓ ସୂର୍ଯ୍ୟ ଦେବତାଙ୍କୁ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ ।
ଏହି ସମୟରେ ମାଙ୍ଗଳିକ କାର୍ଯ୍ୟ କରିବାକୁ ବାରଣ କରାଯାଏ । ଏହି ସମୟରେ ଶୁଭ କାର୍ଯ୍ୟ ଓ ମାଙ୍ଗଳିକ କାର୍ଯ୍ୟ କଲେ ଅଶୁଭ ହୋଇଥାଏ ବୋଲି କୁହାଯାଏ । କୌଣସି ନୂଆ ଜିନିଷ କିଣିବାକୁ ମଧ୍ୟ ବାରଣ କରାଯାଏ ।
ନୂଆବର୍ଷ ୨୦୨୫ରେ ଗଜକେସରୀ ଯୋଗ; ସୁନାଭଳି ଚମକିବ ଏହି ୪ ରାଶିଙ୍କ ଭାଗ୍ୟ..
ବିଶେଷ କରି ଏହି ମାସରେ ଗୃହ ପ୍ରବେଶ, ବିବାହ, ନାମକରଣ ଆଦି କାର୍ଯ୍ୟ କରାଯାଏ ନାହିଁ ।
ଏହି ମାସରେ ବିରି, ମସୁର, ମୂଳା, ବିଭିନ୍ନ ପ୍ରକାର କୋବି, ଶାଗ, ମହୁ ଆଦି ସେବନ କରିବା ଉଚିତ୍ ନୁହେଁ । ଶାସ୍ତ୍ରରେ ଏହାକୁ ସେବନ କରିବାକୁ ବାରଣ କରାଯାଇଛି ।
ଏହି ମାସରେ ନିୟମିତ ସକାଳେ ଉଠି ସୂର୍ଯ୍ୟଦେବଙ୍କୁ ପୂଜାଚ୍ଚର୍ନା କରନ୍ତୁ । ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ ।
ଏହି ମାସରେ ମନ୍ତ୍ର ଜପ, ଦାନ ଆଦି କରିବା ଦ୍ୱାରା ଜୀବନରେ ଥିବା କଷ୍ଟ ଦୂର ହୋଇ ଶୁଭଫଳ ମିଳିଥାଏ । ଧନ ଅଭାବ ଦୂର ହୋଇଥାଏ ।
Comments are closed.